Tuesday , March 28 2023
Breaking News
Home / ତାଜା ଖବର / ସୁନା ଅଳଙ୍କାର ଦୋକାନ  ସଟର ତାଡି ଲୁଟି ନେଲେ ଲକ୍ଷାଧିକ ଟଙ୍କା ର ସୁନାଗହଣା ଓ ନଗଦ ଟଙ୍କା

ସୁନା ଅଳଙ୍କାର ଦୋକାନ  ସଟର ତାଡି ଲୁଟି ନେଲେ ଲକ୍ଷାଧିକ ଟଙ୍କା ର ସୁନାଗହଣା ଓ ନଗଦ ଟଙ୍କା

ନିଶ୍ଚିନ୍ତକୋଇଲି,୨୭/୦୧/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ  କଟକ କେନ୍ଦ୍ରାପଡ଼ା ରାସ୍ତା ପାର୍ଶ୍ବରେ କଟିକଟା ବଜାର ରେ ଥିବା  କ୍ରିଷ୍ଣା ଜୁଏଲାରୀ ଦୋକାନ ସଟର  ତାଡି ଲୁଟି ନେଲେ ଲକ୍ଷାଧିକ ଟଙ୍କା ର ସୁନାଗହଣା ଓ ନଗଦ ଟଙ୍କା । ଗତକାଲି (ଗୁରୁବାର)  ବିଳମ୍ବିତ ରାତିରେ  ୧୦ ରୁ ୧୨ ଜଣ ଦୁର୍ବୃତ୍ତ   କ୍ରିଷ୍ଣା ଜୁଏଲାରୀ ଦୋକାନ ର ସଟର  ତାଡି ଲୁଟ ପାଟ କରିଛନ୍ତି  । ଗତକାଲି ରାତି ପ୍ରାୟ ଗୋଟାଏ ରୁ ୨ଟା ସମୟ ମଧ୍ୟରେ  ୧୦ ରୁ ୧୨ ଜଣ ଦୁର୍ବୃତ୍ତ ଦୋକାନ ର ସଟର ତାଡି ତାଲା ଭାଙ୍ଗି ଦୋକାନ ରେ ପସିଥିବା ସ୍ଥାନୀୟ ଲୋକମାନେ ଦେଖି ଦୋକାନ ର ମାଲିକ ଙ୍କୁ ଫୋନ୍ କରିଥିଲେ। ଦୋକାନ ମାଲିକ ସହିତ ତାଙ୍କ ଘର ଲୋକ ଆସି ପାଟିତୁଣ୍ଡ କରିବାରୁ  ଦୁର୍ବୃତ୍ତ  ମାନେ ଦଉଡି ପଳାଇଥିଲେ । ଲୁଟ୍ ରେ ବ୍ୟବହାର କରିବାକୁ ଆଣିଥିବା ଏକ ଶାବଳ ଛାଡ଼ି  ପଳାଇଛନ୍ତି। ୧୨ କେଜି ରୁ ଅଧିକ ରୁପା ଗହଣା, ୧୦୦ ଗ୍ରାମ ରୁ ଅଧିକ ସୁନା ଗହଣା ସହିତ ନଗଦ ୮୦ ହଜାର ଟଙ୍କା ରୁ ଅଧିକ ଟଙ୍କା ଲୁଟ୍ କରି ନେଇଥିବା ଦୋକାନର ମାଲିକ ସ୍ଥାନୀୟ ରାମରାଙ୍ଗ ଗ୍ରାମର ସତ୍ୟଜିତ ସାହୁ ନିଶ୍ଚିନ୍ତକୋଇଲି ଥାନାରେ  ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ସିସିଟିଭି ଫୁଟେଜ କୁ ନେବା ସହିତ ତଦନ୍ତ ଆରମ୍ଭ କରିଛି। ନିଶ୍ଚିନ୍ତକୋଇଲି ପୋଲିସ କୁ ଖୋଲା ଚାଲେଞ୍ଜ ଦେଇ ଦୁବୃର୍ତ୍ତ ମାନେ ବାରମ୍ବାର  ଲୁଟ୍, ଡକାୟତି,ଚୋରି ଘଟାଇବାରେ ଲାଗିଛନ୍ତି।

Leave a Reply

Your email address will not be published.