Sunday , March 26 2023
Breaking News
Home / ଶିକ୍ଷା / ରାମେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋତ୍ସବ

ରାମେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋତ୍ସବ

ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସାମୁହିକ ଚେଷ୍ଟାର ଆବଶ୍ୟକତା ରହିଛି
ନିରାକାରପୁର,୨୭/୦୧/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଦର୍ଶ ଶିକ୍ଷକ ଦିବଂଗତ ଶ।କ୍ୟସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ଦିବ୍ୟସିଂହ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ବନ ବିହାରୀ ମହାପାତ୍ର, ରାମେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ଶର୍ମା, ସରପଞ୍ଚଙ୍କ ପ୍ରତିନିଧି ରଞ୍ଜିତ ଜଗଦେବ, ଚିଲିକା ଏବିଓ ଗୀତାରାଣୀ ବେହେରା, ସମିତି ସଭ୍ୟ ରମେଶ ଚନ୍ଦ୍ର ବିଶ୍ବାଳ ଓ ସିଆରସିସି ବିଜୟାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଆମେ ଚେଷ୍ଟା କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଲୁମିନା କମିଟି ସଭାପତି ଚକ୍ରଧର ତ୍ରିପାଠୀ ଓ ଉଚ୍ଚ ବିଦ୍ୟାଳୟ ଏସ ଏମ ସି କମିଟି ସଭାପତି ରାକେଶ କୁମାର ତ୍ରିପାଠୀ କାର୍ୟ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ମୁଖପତ୍ର ” ଅନୁରାଗ ” ଅଟିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।

Leave a Reply

Your email address will not be published.