Sunday , March 26 2023
Breaking News
Home / ଶିକ୍ଷା / ପ୍ରିୟଦଶିର୍ନୀ ଇନ୍ଦିରା ହାୟର ସେକେଣ୍ଡାରି ସ୍କୁଲ ର ଆତ୍ମ ସୁରକ୍ଷା ତାଲିମ୍ ଶିବିର

ପ୍ରିୟଦଶିର୍ନୀ ଇନ୍ଦିରା ହାୟର ସେକେଣ୍ଡାରି ସ୍କୁଲ ର ଆତ୍ମ ସୁରକ୍ଷା ତାଲିମ୍ ଶିବିର

ଜୁନାଗଡ , ୨୭/୦/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ ପ୍ରିୟଦଶିର୍ନୀ ଇନ୍ଦିରା ହାୟର ସେକେଣ୍ଡାରି ସ୍କୁଲ ର ଆତ୍ମ ସୁରକ୍ଷା ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି । ଗତ ୧୬ ତାରିଖ ରୁ ଆରମ୍ଭ ହୋଇ ୨୫ ତାରିଖ ରେ ସମାପ୍ତ ହେଇଛି । ଉଦଯାପନୀ ଉତ୍ସବରେ ଶ୍ରୀମତୀ ସବିତା ମେହେର ଅଧ୍ୟକ୍ଷ ଜୁନାଗଡ ବ୍ଲକ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ଉତ୍ତମ କୁମାର ସାହୁ ଥାନା ଭାରପ୍ରାପ୍ତ ଅଧିକାରୀ, ଶ୍ରୀ ସନ୍ତୋଷ କୁମାର ସିଂଦେଓ ଯୋଗ ଦେଇଥିଲେ ଶ୍ରୀ ବିଭୁତି ଭୂଷଣ ମେହେର ଅଧ୍ୟକ୍ଷ ଜୁନାଗଡ କଲେଜ ସଭାପତିତ୍ବ କରିଥିଲେ । ଶ୍ରୀ ବିଶ୍ଵ ରଞ୍ଜନ ବେହେରା ଅଧ୍ୟାପକ ଓଡ଼ିଆ ବିଭାଗ ସଭା ପରିଚାଳନା କରିଥିଲେ, ଶ୍ରୀମତୀ ସାଗରିକା ଦାସ ପ୍ରାଧ୍ୟାପିକା ତଥା ଏହି କାର୍ୟ୍ୟକ୍ରମର ସଂଯୋଜିକା ଓ ଶ୍ରୀ ସମୀର କୁମାର ସାହୁ ସହ ସଂଯୋଜକ ଉପସ୍ଥିତ ଥିଲେ । ଏହି କାଯ୍ୟକ୍ରମ ରେ ସମସ୍ତ ଟ୍ରେନି ଓ ଟ୍ରେନର ମାନଙ୍କୁ ମାନପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି କାଯ୍ୟକ୍ରମ ରେ କଲେଜ ର ବିକାଶ ବେହେରା, କୁନି ବେମାଲ, ବିଶ୍ୱନାଥ ଗୋପାଳ, ଗୁପ୍ତେଶ୍ଵର ସ୍ଵାଇଁ, ସୁକାନ୍ତ ସାହୁ, ଜ୍ୟୋତି ପାତ୍ର, କୈଳାଶ କୈବର୍ତ୍ତ, ପପୁ ପଣ୍ଡା, ଓ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ ସାହାଯ୍ୟ କରିଥିଲେ ।

Leave a Reply

Your email address will not be published.