ନିଶ୍ଚିନ୍ତକୋଇଲି ,୨୫/୦୧/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକକ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଦୁଇ ଦିନ ଵ୍ୟାପୀ ଛାତ୍ରୀ ଓ ଛାତ୍ର ମାନେ ବିଭିନ୍ନ କ୍ରୀଡା ପ୍ରଦର୍ଶନ କରିଥିଲେ । ଉଦଯାପନୀ ଉତ୍ସବକୁ ରଙ୍ଗାରଙ୍ଗ ଭାବେ ବିଦ୍ୟାଳୟ ର ପିଲାମାନେ ପାଳନ କରିଥିଲେ ।
ବିଭିନ୍ନ ନୃତ୍ୟ ଓ ଗୀତ ରେ ଝୁମି ପିଲାମାନେ ଭରପୁର ଆନନ୍ଦ ଉଠାଇ ଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷକ ଦେବ ପ୍ରସାଦ କର ଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଶିକ୍ଷାବିତ ବଂଶୀଧର ବେହେରା, ମୁଖ୍ୟବକ୍ତା ଶିକ୍ଷାବିତ ରବୀନ୍ଦ୍ର ନାଥ ପ୍ରଧାନ, ସମ୍ମାନିତ ଅତିଥି ଦେବେନ୍ଦ୍ର ନାଥ ସେଠୀ, ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । କ୍ରୀଡା ପରିଚାଳନା ନିମନ୍ତେ କ୍ରୀଡା ଶିକ୍ଷକ ସନାତନ ସାହୁ, ସୂର୍ଯ୍ୟକାନ୍ତ ଲେଙ୍କା ଓ ଜୟନ୍ତ କୁମାର ଦାସ ଯୋଗ ଦେଇଥିଲେ ।
ସିନିୟର ବାଳକ ବିଭାଗ ରେ ଓମ ପ୍ରକାଶ ନାୟକ ଓ ବାଳିକା ରିଙ୍କି ରାଉତ ଚମ୍ପିୟାନ ହୋଇଥିବା ବେଳେ, ଜୁନିଅର ବାଳକବିଭାଗ ରେ ସତ୍ୟଜିତ ସାହୁ ଓ ତୃପ୍ତି ମୟୀ ବେହେରା ଚମ୍ପିୟାନ ଭାବେ ପୁରସ୍କୃତ ହୋଇଥିଲେ । ଉତ୍ସବ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହକର୍ମୀ ମାନେ ସହାୟତା କରିଥିଲେ ।