Tuesday , March 28 2023
Breaking News
Home / ରାଜନୀତି / ଜୁନାଗଡ଼ ରେ ଭାରତ ଯୋଡ ଯାତ୍ରା

ଜୁନାଗଡ଼ ରେ ଭାରତ ଯୋଡ ଯାତ୍ରା

ଜୁନାଗଡ଼, ୨୫/୦୧/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ) – ଜୁନାଗଡ଼ ଠାରେ ଜାତୀୟ କଂଗ୍ରେସର ଭାରତ ଯୋଡ ପଦ ଯାତ୍ରା କରାଯାଇ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ଏହି ଯାତ୍ରା ଜୁନାଗଡ ସହରର ହିଙ୍ଗିଲିବାହିଲି ଛକ ଠାରୁ ବାହାରି ସହରର ମୁଖ୍ୟ ରାସ୍ତା ହୋଇ ଲଙ୍କେଶ୍ୱରୀ ମନ୍ଦିରଠାରେ ପହଞ୍ଚି ଥିଲା। ଏହି ଯାତ୍ରାରେ ରାଜ୍ୟ ସଭାପତି ଶ୍ରୀ ଶରତ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭାରତ ବେମାଲ ଯୋଗଦାନ କରିଥିଲେ। ଭାରତ ଯୋଡ ଯାତ୍ରା ଉପରେ ରାଜ୍ୟ ସଭାପତି ତଥା ଉପସ୍ଥିତ କର୍ମ କର୍ତ୍ତା ଜନସାଧାରଣ ଅବଗତ କରିଥିଲେ।ଏହି ପଦଯାତ୍ରାରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ,ପୂର୍ବତନ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେ ସ୍ଵର ନାଏକ ନଗର ସଭାପତି ଅମିତ ଅଗ୍ରୱାଲ, ପ୍ରଭାତ ଦାସ, ସମେତ ଅନେକ କଂଗ୍ରେସ କର୍ମୀ ସାମିଲ ଥିଲେ।

Leave a Reply

Your email address will not be published.