ଲକ୍ଷ୍ମୀପୁର,୨୫/୦୧/୨୦୨୩ (ଓଡିଶା ସମାଚାର/ପ୍ରମୋଦ ଜେନା)- ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ କାୟାକଳ୍ପ ଟିମ୍ ଆଜି ଲକ୍ଷ୍ମୀପୁର ଡାକ୍ତରଖାନା ପରିଦର୍ଶନ କରି ଫେରି ଯାଇଛନ୍ତି।ପ୍ରତିବର୍ଷ ଏହି ଟିମ୍ କୋରାପୁଟ ଜିଲ୍ଲାର ସମସ୍ତ ଡାକ୍ତରଖାନା ପରିଦର୍ଶନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରୁଥିବା ବେଳେ ଚଳିତବର୍ଷ ଜିଲ୍ଲାର ପ୍ରାୟ ସମସ୍ତ ଡାକ୍ତରଖାନା ପରିଦର୍ଶନ କରି ଆଜି ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି।ସ୍ଵାସ୍ଥ୍ୟକେନ୍ଦ୍ର ଭିତରେ କିପରି ଭାବରେ ସ୍ବଚ୍ଚତା ରଖାଯାଉଛି,ଡଷ୍ଟବିନ୍ ବ୍ୟବହାର କରାଯାଉଛି ନା ନାହିଁ,ବ୍ୟବହୃତ ହୋଇସାରିଥିବା ଛୁଞ୍ଚି,ଗଜ୍ କପଡା ଭଳି ରୋଗୀ ଙ୍କ ବ୍ୟବହାର ସାମଗ୍ରୀ ଉଚିତ୍ ସ୍ଥାନରେ ପକାଯାଉଛି କି ନାହିଁ ,କର୍ମଚାରୀ ମାନେ ସରକାରୀ ଡ୍ରେସ୍ ରେ ରହୁଛନ୍ତିକି ନାହିଁ,ରୋଗୀଙ୍କ ସହ କିପରି ବ୍ୟବହାର କରାଯାଉଛି,ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଯନ୍ତ୍ରାଂଶର ଉଚ୍ଚିତ ବ୍ୟବହାର ହେଉଚିକି ନାହିଁ,ରୋଗିଙ୍କ ପାଇଁ ଥିବା ଶୌଚାଳୟ ସଫା ସୁତୁରା ରଖା ଯାଉଛିକି ନାହିଁ , ସେ ସମସ୍ତ ବିଷୟରେ ପଚାରି ବୁଝିଥିଲେ।
କାୟାକଳ୍ପ ଟିମ୍ ରେ ରାଜ୍ୟ ଟିମ୍ ର ଡ.ଅରୁଣ କୁମାର ମହାପାତ୍ର,ଡ.ଞ୍ଜାନରଞ୍ଜନ ପ୍ରଧାନ ଓ ଡ.ଦିପକ ଶତପଥି ଡାକ୍ତର ଖାନା ର କର୍ମଚାରୀଙ୍କ ସହ ଏସମସ୍ତ ବିସୟ ନେଇ ପଚାରି ବୁଝିବା ସହ ଏସବୁ ସବୁ ଦିନ ଗୁରୁତ୍ଵ ଦେବାକୁ ପରାମର୍ଷ ଦେଇଥିଲେ।ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଚାରଟି ବ୍ଲକ ପାଇଁ ଥିବା ଏକ ମାତ୍ର ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା କାରଣରୁ ଏଠାରେ ଗର୍ଭବତୀ ମା ଙ୍କ ସହ ଶିଶୁ ମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯାଉଥିବା ଜାଣି କାୟାକଳ୍ପ ଟିମ୍ ଖୁସିବ୍ୟକ୍ତ ହୋଇଥିଲେ।
କାୟାକଳ୍ପ ଟିମର ଏହି ଗସ୍ତ ସମୟରେ କୋରାପୁଟର ଆରବିଏସକେ ମ୍ୟାନେଜର୍ ବିଭୁରଞ୍ଜନ ମୁଣ୍ଡ୍,ଲକ୍ଷ୍ମୀପୁର ଇନଚାର୍ଜ ଡ.ନବକିଶୋର କୁଣ୍ଡୁ,ବିପିଏମ୍ ସନ୍ତୋଷିନି ପଣ୍ଡା,ପିଏଚୟୁ ଗିତାଞ୍ଜଳି ଦାଶ ପ୍ରମୁଖ ଉପସ୍ଥିତ ରହି ଡାକ୍ତରଖାନା ର ସମସ୍ତ ଅଞ୍ଚଳ ବୁଲି ଦେଖାଇଥିଲେ।କାୟାକଳ୍ପ ଟିମ୍ ଆଗରୁ ମଧ୍ୟ ଥରେ ଆସି ଡାକ୍ତରଖାନା ବୁଲି ଦେଖିକି ଯିବା ପରେ ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପୁରଷ୍କୃତ କରିଥିବା ଚଳିତ ବର୍ଷ ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ସ୍ବଛତାକୁ ନେଇ କାୟାକଳ୍ପ ଟିମ୍ ପୁନଃ ଉତ୍ତମ ପୁରଷ୍କାର ମଞ୍ଜୁର କରୁଛନ୍ତି ନାନାହିଁ ତାହା ଏବେ ଦେଖିବାକୁ ବାକିରହିଲା।