Tuesday , March 28 2023
Breaking News
Home / ସ୍ୱାସ୍ଥ୍ୟ / ଆମ ମେଡିକାଲ ଆମକୁ ଫେରାଇଦିଅ ଦାବିରେ ଗଣଧାରଣା ଦ୍ୱିତୀୟ ଦିନରେ: ସମର୍ଥନ ଦେଲେ ସମସ୍ତ ବିରୋଧୀଦଳ

ଆମ ମେଡିକାଲ ଆମକୁ ଫେରାଇଦିଅ ଦାବିରେ ଗଣଧାରଣା ଦ୍ୱିତୀୟ ଦିନରେ: ସମର୍ଥନ ଦେଲେ ସମସ୍ତ ବିରୋଧୀଦଳ

କେନ୍ଦ୍ରାପଡ଼ା, ୨୫/୦୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଖଡିଅଙ୍ଗସ୍ଥିତ ପୁରୁଣା ମେଡିକାଲକୁ ସିଟି ହସପିଟାଲ କରିବା ଦାବିରେ କେନ୍ଦ୍ରାପଡା ବନ୍ଦ ପାଳନ ପରେ ପ୍ରଶାସନ ଓ ସରକାର କର୍ଣ୍ଣପାତ ନକରିବାରୁ ପୂର୍ବ ଘୋଷଣା ଅନୁଯାୟୀ କେନ୍ଦ୍ରାପଡା ମେଡିକାଲ ବଂଚାଅ ମିଳିତ କ୍ରୀୟାନୁଷ୍ଠାନ କମିଟିର ରିଲେ ଗଣଧାରଣା ଆଜି ଦ୍ୱିତୀୟ ଦିନରେ ପହଂଚିଛି । ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାକୁ ସମସ୍ତ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦ ସମ୍ବୋଧିତ କରି ସମର୍ଥନ କରିଥିଲେ । ବକ୍ତାମାନେ ସହରବାସୀଙ୍କ ପାଇଁ ଅନୁ୍ୟନ ୫୦ଟି ଶଯ୍ୟା ଓ ୮ଜଣ ଡାକ୍ତରଙ୍କୁ ନିଯୁକ୍ତ କରି ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଦାବି କରିଥିଲେ । କାଉନସିଲର ଜୟନ୍ତୀ ପାଣି, ରଶ୍ମୀତା ସିଂ, ପୂର୍ବତନ କାଉନସିଲର ପ୍ରଶାନ୍ତ ସିଂ, ହିବଜୁର ରହେମାନ, ମୁକ୍ତାର ଖାଁ, ସୌମେନ୍ଦ୍ର ପୃଷ୍ଟି, ସୟଦ ଅକମଲ ଅଲ୍ଲୀ, ସି.ପି.ଆଇ.(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ବିଜେପି ଅନୁସୂଚିତ ଜାତି ରାଷ୍ଟ୍ରୀୟ ସମ୍ପାଦିକା ଡଃ. କଳ୍ପନା ମଲ୍ଲିକ, ଏସୟୁସିଆଇ ଜିଲ୍ଲା ସମ୍ପାଦିକା ଏଲୀନା ସାମନ୍ତରାୟ, ଆପ ଜିଲା ଆବାହକ ସନ୍ଦିପ ଦାସ, ଦୁର୍ଗା ପତି, ଭୀମସେନ ବେହେରା, କଂଗ୍ରେସ ନେତା ମହେନ୍ଦ୍ର ପରିଡା, ଅନନ୍ତ କୁମାର ସ୍ୱାଇଁ, ଆମ୍ବେଦକର ବୁଦ୍ଧିଜୀବୀ ଫୋରମ ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ, ନିରଞ୍ଜନ ବେହେରା, ସେକ ହାପିଜୁଲ୍ଲା, ମହମ୍ମଦ ୟାସିର, ନାରାୟଣ ରାଉତ, ଇଲାନାନ ବିବି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆସନ୍ତା କାଲି ସାଧାରଣତନ୍ତ୍ର ଦିବସ ପାଇଁ ରିଲେ ଧାରଣା ବନ୍ଦ ରହିବା ସହ ଆସନ୍ତା ୨୭ତାରିଖରୁ ରିଲେ ଧାରଣା ପୂର୍ବବତ ଚାଲୁରହିବ ବୋଲି ଆନ୍ଦୋଳନକାରୀମାନେ ଘୋଷଣା କରିଛନ୍ତି ।

Leave a Reply

Your email address will not be published.