Tuesday , March 28 2023
Breaking News
Home / ରାଜନୀତି / ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ତଥା ଅଯୋଗ୍ୟଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦେବାକୁ ବିଜେପିର ଦାବି

ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ତଥା ଅଯୋଗ୍ୟଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦେବାକୁ ବିଜେପିର ଦାବି

କଟକ ସଦର,୨୫/୦୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଯୋଗାଇ ଦିଆଯାଇଥିବା ପର୍ଯ୍ୟାପ୍ତ ପରିମାଣର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି। ସରକାରଙ୍କ ମାର୍ଗଦର୍ଶିକାକୁ କଡାକଡି ଭାବେ ଅନୁପାଳନ କରି ଅଯୋଗ୍ୟ ହିତାଧୀକାରୀଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀ ଚୟନ ପରେ  ଯାଇଁ ଗ୍ରାମ ସଭା ଜରିଆରେ ଘୋଷଣା କରିବାକୁ କଟକ ସଦର ବିଜେପି ଦାବି କରି ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି (ବୁଧବାର) କଟକ ସଦର ବିଡ଼ିଓଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି। ଏଥିରେ ବ୍ୟତିକ୍ରମ ଦେଖାଦେଲେ ଆସନ୍ତା ସପ୍ତାହରେ ବିଜେପି ବ୍ଲକ ଅଫିସକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘେରାଉ କରିବ ବୋଲି ଚେତାବନୀ ଦେଇଛି। ଆଜିର ଏହି କାର୍ଯ୍ୟକ୍ରମ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନାଙ୍କ ନେତୃତ୍ବରେ କରାଯାଇଥିଲା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ନିର୍ମଳ କୁମାର ଦାସ,କନ୍ଦରପୁର ମଣ୍ଡଳ ସଭାପତି ଅଭୟ କୁମାର ସ୍ୱାଇଁ, ସାଧାରଣ ସମ୍ପାଦକ ବନମାଳୀ ରାଉତ,ରାମ ଚନ୍ଦ୍ର ସାହୁ,୪୨ ମୈ।ଜା ମଣ୍ଡଳ ସଭାପତି ପିୟୁଷ ରଂଜନ ପରିଡ଼ା, ସାଧାରଣ ସମ୍ପାଦକ ଶୁଭନ୍ୟାସ ମହାନ୍ତି ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଶାନ୍ତିଶୃଙ୍ଖଳା ବ୍ୟାହତ ହେବା ଆଶଙ୍କାରେ କମିଶନରେଟ କଟକ ଯୋନ ୪ କୃଷ୍ଣ ଚନ୍ଦ୍ର ସେଠୀ, ସିଆରଆରଆଇ ଥାନା ଆଇଆଇସି କୃପାସିନ୍ଧୁ ଵରାଡ ପୋଲିସ୍ ବଳ ସହିତ ସଜାଗ ରହିଥିଲେ ।

Leave a Reply

Your email address will not be published.