ଖୋର୍ଦ୍ଧା,୨୩/୧/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ):ସରକାରୀ ଅନୁଦାନପ୍ରାପ୍ତ ଏସ.ଆର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅଯୋଧ୍ୟା ବିହାର କଳାମାଟି ଠାରେ ମୀନାବଜାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ମୀନାବଜାର ରେ ୪୭ଜଣ ବିଦ୍ୟାର୍ଥୀ ଯୋଗଦେଇଥିବା ବେଳେ ସେମାନଙ୍କ ଦ୍ୱାରା କେତେକ ପ୍ରକାରର ଖାଦ୍ୟ ପ୍ରସ୍ତୁତି କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ବ୍ରଜକିଶୋର ନାଥଙ୍କ ସଭାପତିତ୍ୱ ରେ ମୂଖ୍ୟ ଅତିଥି ଭାବରେ ସମାଜସେବୀ ତଥା ବକୁ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଲକ୍ଷୀଧର ଜଗଦ୍ଦେବ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ବିକ୍ରମ କେଶରୀ ସାହୁ,ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ କିଶୋର ଚନ୍ଦ୍ର ସାହୁ,ବିଦ୍ୟାଳୟ ସହ ସମ୍ପାଦକ ଫକୀର ନାୟକ ଓ ଏହି ବିଦ୍ୟାଳୟ ର ପ୍ରତିଷ୍ଠାତାଙ୍କ ସୁପୁତ୍ର ହିମାଂଶୁ ଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ।
ମୀନା ବଜାର ରେ ଭାଗନେଇଥିବା ସିନିୟର, ଜୁନିୟର ଓ ସବ ଜୁନିୟର ବିଭାଗର ୯ଜଣ ପ୍ରତି ଯୋଗି ମାନଙ୍କୁ ଚିହ୍ନଟ କରାଯାଇ ମନୋନୀତ କରାଯାଇଥିଲା।ଏହି ମୀନାବଜାର କାର୍ଯ୍ୟକ୍ରମ ରେ ବିଦ୍ୟାମନ୍ଦିର ର ଆଚାର୍ଯ୍ୟା ଓ ବିଦ୍ୟାର୍ଥୀ ମାନଙ୍କ ଅଭିଭାବକ ମାନେ ସହଯୋଗ କରିଥିଲେ।ବିଦ୍ୟାମନ୍ଦିର ପରିସର ବେଶ ଉତ୍ସବ ମୁଖର ଥିଲା।