Thursday , March 30 2023
Breaking News
Home / ବିଶେଷ / ମହାନଦୀ ବିହାର କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟନ

ମହାନଦୀ ବିହାର କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟନ

କଟକ,୨୪/୦୧/୨୦୨୩ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ୪୭ନମ୍ବର ୱାର୍ଡ ସ୍ଥିତ ମହାନଦୀବିହାର ଡେଭଲପମେଣ୍ଟ ଆସୋସିଏସନ ପରିସରରେ ମହାନଦୀବିହାର କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟନ ହୋଇଯାଇଛି । ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏବଂ କଟକ ସଦର ପଂଚାୟତ ସମିତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏହି କମ୍ୟୁନିଟି ସେଣ୍ଟରଟି ନିର୍ମିତ ହୋଇଇଛି । ଏହି ଶୁଭ ଉଦଘାଟନୀ ଅବସରରେ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ବାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ଆଗାମୀ ଦିନରେ ମହିଳା ଓ ଯୁବ ବର୍ଗଙ୍କ ପାଇଁ ସ୍ଵତନ୍ତ୍ର ଗୃହ ନିର୍ମାଣ ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥ୍ ଭାବେ ସ୍ଥାନୀୟ କର୍ପୋରେଟର ଇଂଜିନିୟର ସୁବ୍ରତ ଘଡାଇ, ଏମଡିଏର ଉପଦେଷ୍ଠା ଇଂଜିନିୟର ଗୋପାଳକୃଷ୍ଣ ବେହେରା, ସଭାପତି ରବିନାରାୟଣ ଶତପଥୀ, ଉପ-ସଭାପତି ରବିନ୍ଦ୍ର ପ୍ରସାଦ ତ୍ରିପାଠୀ, ସମ୍ପାଦକ ରମାକାନ୍ତ ଲେଙ୍କା, ଯୁଗ୍ମ-ସମ୍ପାଦକ ହିମାଂଶୁ ଷଢ଼ଙ୍ଗୀ, କୋଷାଧ୍ୟକ୍ଷ ଭାଗୀରଥୀ ସାମଲ, କାର୍ୟ୍ୟକାରୀ ସଦସ୍ୟ ସଞ୍ଜୟ କୁମାର ଜେନା, ପ୍ରହ୍ଲାଦ ଚନ୍ଦ୍ର ମହାନ୍ତି, ଗୋଲେଖ ଚନ୍ଦ୍ର କାନୁନଗୋ, ଶ୍ରୀ ନିକୁଞ୍ଜ ବିହାରୀ ରଥ, ମନୋଜ କୁମାର ଦାଶ, ହରିପ୍ରିୟା ଧଳ, ରମଣୀ ରଞ୍ଜନ ଦାସ, ସରୋଜ ପ୍ରସାଦ ସ୍ୱାଇଁ, ବରଦା ପ୍ରସନ୍ନ ନାୟକ, ବିଚିତ୍ରାନନ୍ଦ୍ର ପଣ୍ଡା, ପ୍ରଦୀପ୍ତ କୁମାର ମହାନ୍ତି, ରାମ ପ୍ରସାଦ ଗୋର୍ତି, ବୈକୁଣ୍ଠନାଥ ଆଚାର୍ୟ୍ୟ ଏବଂ ଜ୍ଞାନ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବ୍ଲକ ଉନ୍ନୟନ ଅଧିକାରୀ ରାଜୀବ ଲୋଚନ ପରିଡା, କାର୍ୟ୍ୟନିର୍ବାହୀ ଅଧୁକାରୀ ଇଂଜିନିୟର ବିକାଶ ଚନ୍ଦ୍ର ଭୂୟାଁ, ପ୍ରିୟମ୍ବଦା ନାୟକ, ନିରୁପମା ଆଚାର୍ୟ୍ୟ, ମହାନଦୀ ବିହାର ମହିଳା ସମିତି, ମହାନଦୀ ବିହାର ବାରିଷ୍ଠ ନାଗରିକ ମଂଚ, ପେନସନରର୍ସ ଆସୋସିଏସନ, ଜଗନ୍ନାଥ ସାଂସ୍କୃତିକ ପରିଷଦ, ୪୭ ନମ୍ବର ୱାର୍ଡର ବିଜୁ ଜନତା ଦଳର ସମସ୍ତ ନେତୃମଣ୍ଡଳୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.