Sunday , January 29 2023
Breaking News
Home / ବିଶେଷ / ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ର ସମୀକ୍ଷା ବୈଠକ

ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ର ସମୀକ୍ଷା ବୈଠକ

ନିରାକାରପୁର, ୨୪/୦୧/୨୦୨୩ (ଓଡ଼ିଶା ସମାଚାର)- ଆଜି ଖୋର୍ଦ୍ଧା ଜିଲ୍ଲା  ‌‌ଭୂ‌‌ଷଣ୍ଡପୁର ଗ୍ରାମପଂଚାୟତ ଠାରେ ଭୂଷଣ୍ଡପୁର ସରପଞ୍ଚ ଶ୍ରୀ ସୌରଭ କୁମାର ଦାସମହାପାତ୍ର ଙ୍କ ଅଧ୍ୟକ୍ଷତାରେ ପଂଚାୟତ ର ସମସ୍ତ ବିଭାଗ କୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା । ଏଥିରେ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡି କର୍ମୀ, ସ୍ୱୟଂସହାୟକ ଗୋଷ୍ଟୀ ର ସିଆରପି ଓ ଏମବିକେ, କୃଷିଅଧିକାରୀ ଓ ପଂଚାୟତ ର ସଭ୍ୟ /ସଭ୍ୟା ମାନେ ଉପସ୍ଥିତ ରହି ଅଂଚଳ ର ବିଭିନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ବିଶେଷକରି ସରପଞ୍ଚ ବାଲ୍ୟବିବାହ, ଶଶୁଶ୍ରମିକ, ଅଧାରୁପାଠ ଛାଡୁଥିବା ପିଲାମାନଙ୍କୁ କିପରି ସ୍କୁଲ ଅଣାଯାଇ ପାରିବ, ଭ୍ରୁଣହତ୍ୟା ଭଳି ସମ୍ବେଦନ ଶିଳ ବିଷୟରେ ଆଲୋକ ପାତ କରିବା ସହିତ ଏଗୁଡିକୁ କିପରି ରୋକାଯାଇ ପାରିବ ଆଲୋଚନା କରିଥିଲେ । ଏଗୁଡିକ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦିଆଯାଇଥିଲା । କିଭଳି ଚାଷ ଜମିକୁ ଜଳ ଯୋଗାଣ କରି ଚାଷୀମାନଙ୍କୁ ସ୍ୱାବଲମ୍ବୀ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା । ଅଙ୍ଗନବାଡି ରେ ଶିଶୁ ମାନଙ୍କୁ ସୁବିଧାରେ ଖାଦ୍ୟ ଓ ଶିକ୍ଷା ଦାନ ଉପରେ ଆଲୋଚନା କରାଯାଇଥିଲା । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମସ୍ତଙ୍କୁ କିପରି ସେବଯୋଗାଇଦିଆଯିବ ସେଥିପାଇଁ ଆଲୋଚନା କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ପ୍ରତି ଦୁଇ ମାସରେ ବୈଠକ ପାଇଁ ନିଷ୍ପତି ନିଆଗଲା ।

Leave a Reply

Your email address will not be published.