ନିରାକାରପୁର, ୨୪/୦୧/୨୦୨୩ (ଓଡ଼ିଶା ସମାଚାର)-: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡି ଏ ଭି କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ୧୨ ତାରିଖ ରୁ ଆରମ୍ଭ ହୋଇ ଉଦଯାପିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଡ ସଞ୍ଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଇତିହାସ ବିଭାଗ ମୁଖ୍ୟ ଡ ପ୍ରତିଭାମୟୀ ମିତ୍ର, ପ୍ରାଣୀବିଜ୍ଞାନ ମୁଖ୍ୟ ଡ ଜୟନ୍ତ ବାନାର୍ଜୀ ପ୍ରମୁଖ ଯୋଗ ଦେଇ ଛାତ୍ରୀମାନେ ଆତ୍ମ ରକ୍ଷା କୌଶଳ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ଆବଶ୍ୟକ ପଡିଲେ ଏହାର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ।
ପ୍ରାରମ୍ଭରେ ସଂଯୋଜିକ ଡ ରସ୍ମିରେଖା ମହାନ୍ତ ସ୍ବାଗତ ଭାଷଣ ଦେଇଥିବାବେଳେ ଅନ୍ୟତମ ସଂଯୋଜିତ ସୋନାଲୀ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।କଲେଜ ବିତ୍ତୟୀ ଅଧିକାରୀ ଭବାନୀ ଛୋଟରାୟ କାର୍ଯ୍ୟକ୍ରମ ପରିଚାଳନରେ ସହାୟତା କରିଥିଲେ। ଯୁକ୍ତ ୨ ପ୍ରଥମ ବର୍ଷର ୨୧୨ ଜଣ ଛାତ୍ରୀ ଏହି ଶିବିରରେ ଅଂଶ ଗ୍ରହଣ କରିଥିଲେ।