କଟକ ସଦର, ୨୪/୦୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତ ବର୍ଷ ଖରିଫ ଋତୁରେ କଟକ ଜିଲ୍ଲାର ମଣ୍ଡି ମାନଙ୍କରୁ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ କଟନୀ ଛଟନିକୁ ନେଇ ବିବାଦ ଘନେଇଵାରେ ଲାଗିଛି। ତେବେ ଏହା ପଛରେ ଯେ କେବଳ ମିଲରମାନଙ୍କର ମନମାନି ରହିଛି ନା ସଂପୃକ୍ତ ପାକ୍ସ ଗୁଡିକ ସଫାସୁତୁରାରେ ଏହା ଚାଲୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଧାନ କିଣାରେ ଅପନୀ ଛଟନିକୁ ସଂପୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଥିଲେ ଏହା ଖୁଲମଖୁଲାରେ ଚାଲିଥିବା ଜଣାପଡିଛି। ବିଭିନ୍ନ ମଣ୍ଡିରେ ଚାଷୀ ମାନଙ୍କର ଧାନ ଏଫକ୍ୟୁ ମାନର ହୋଇନଥିବା ଦର୍ଶାଇ ଏବଂ ଧାନର ଓଜନ କମିଵାର ଆଶଙ୍କା କରି କୁଇଣ୍ଟାଲ ପିଛା ୩ ରୁ ୪ କେଜି କାଟିବାକୁ ବାଧ୍ୟ ହେଉଛନ୍ତି ବୋଲି ମିଲରମାନେ କହୁଛନ୍ତି।ତେବେ ଏଥିପାଇଁ ଚାଷୀମାନେ ଯେତିକି ଅଭିଯୋଗ କରୁନାହାନ୍ତି ଅନ୍ୟମାନେ ବେଶି ରାଜନୀତି କରୁଥିବା ଅଭିଯୋଗ ଶୁଣାଯାଉଛି।ଏହି ପରିପ୍ରେକ୍ଷୀରେ ଚାଷୀମାନେ ଧାନକୁ ମଣ୍ଡିରୁ ଘରକୁ ଫେରାଇ ନେବା ଅପେକ୍ଷା କଟନି-ଛଟନୀ ପ୍ରକ୍ରିୟାରେ ମିଶ୍ରଙ୍କୁ ଚୁପଚାପ୍ ବିକ୍ରି କରି ଆସୁଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ କଟକ ଜିଲ୍ଲାର ୧୪ ଟି ବ୍ଲକର ପଞ୍ଜିକୃତ ୬୬ ହଜାର ୩୬୨ ଜଣ ଚାଷୀଙ୍କ ମଧ୍ୟରୁ ଏବେ ସୁଦ୍ଧା ୪୦ ହଜାର ଚାଷୀ ଧାନ ବିକ୍ରି ପାଇଁ ଅପେକ୍ଷାରେ ଥିବା ଜଣାଯାଇଛି। ଜିଲ୍ଲାରରେ ୮ ଜଣ ମିଲର ଧାନ କିଣୁଥିବା ବେଳେ ଆଉ ୪ ଜଣ ଆସିବା ପରେ ସମସ୍ତ ଚାଷୀଙ୍କ ଠାରୁ ଧାର୍ଯ୍ୟ ଧାନ କିଣାଯାଇ ପାରିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ଜଣାପଡିଛି।