Thursday , March 30 2023
Breaking News
Home / ବିଶେଷ / ଜାତୀୟ କନ୍ୟା-ସନ୍ତାନ ଦିବସ ପାଳିତ

ଜାତୀୟ କନ୍ୟା-ସନ୍ତାନ ଦିବସ ପାଳିତ

ଯାଜପୁର,୨୪/୦୧/୨୦୨୩ (ଓଡ଼ିଶା ସମାଚାର)- ଜିଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଯାଜପୁର ତରଫରୁ ବୈଦ୍ୟରାଜପୁର ନୋଡାଲ ଉ.ପ୍ରା ବିଦ୍ୟାଳୟ ପରିସରରେ ଆଜି ଜାତୀୟ କନ୍ୟାସନ୍ତାନ ଦିବସ ୨୦୨୩ ପାଳିତ ହୋଇଯାଇଛି । ବାଳିକାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ମୁଖ୍ୟ ବିଷୟ, ‘ବାଳିକାମାନଙ୍କୁ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ଦେବାର ଆବଶ୍ୟକତା” ଭିତିରେ ଆଜିର ଚିତ୍ରାଙ୍କନ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଏବଂ ଆଲୋଚନା ପର୍ଯ୍ୟବେସିତ ହୋଇଥିଲା । ଏଥିରେ ଯାଜପୁର ଜିଲାର ୧୦ଟି ବିଦ୍ୟାଳୟର ୬୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆୟୋଜିତ ସଭାରେ ଯାଜପୁରର ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଶଶୀଧର ସିଂ ମୁଖ୍ୟଅତିଥି, ଅତିରିକ୍ତ ଜିଲା ଶିକ୍ଷାଧିକାରୀ କୃତିବାସ ବାରିକ ସମ୍ମାନିତ ଅତିଥି, ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟବକ୍ତା ରୂପେ ଯୋଗଦେଇ ଛାତ୍ରୀମାନଙ୍କୁ ଜାତୀୟ କନ୍ୟାସନ୍ତାନ ଦିବସର ପାଳନର ତାତ୍ପର୍ଯ୍ୟ ଓ ବାଳିକା ଆ୍ମରକ୍ଷା କୌଶଳ ଶିକ୍ଷାର ଆବଶ୍ୟକତା ବିଷୟରେ ଉଦ୍ବୋଧ ଦେଇଥିଲେ । ବୈଦ୍ୟରାଜପୁର ନୋଡାଲ ୟୁ.ପି. ସ୍କୁଲର ପ୍ରଧାନ ଶିକ୍ଷକ ବନ୍ଦନା ଦାସ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ କୁମାର ଓଝା ଅତିଥିପରିଚୟ ପ୍ରଦାନ କରିଥିଲେ । ମାଷ୍ଟର ଟ୍ରେନର ହିସାବରେ କୋରେଇ ବ୍ଲକରୁ ବିଦୁ୍ୟତ୍ ପ୍ରଭା ମହାନ୍ତି ଓ ଯାଜପୁର ବ୍ଲକରୁ ମିନତୀ ନାୟକ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମ ଜରିଆରେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ବିଚାରକ ରୂପେ ଡ. ଅକ୍ଷୟ କୁମାର ପଣ୍ଡା, ମଦୁସୂଦନ ନାଥ, କ୍ଷୀରୋଦମୟୀ ପତି, ଲକ୍ଷ୍ମୀପି୍ରୟା ରାଉତରାୟ, ଗଦାଧର ବେହେରା ଓ ଦିବ୍ୟସିଂହ ସ୍ୱାଇଁ କାର୍ଯ୍ୟକରି ଥିଲେ । ଅତିଥିମାନଙ୍କ ଦ୍ୱାରା କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ଓ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସମଗ୍ର ଶିକ୍ଷା କାର୍ଯ୍ୟାଳୟର ବାଳିକା ଶିକ୍ଷା ସଂଯୋଜିକା ଡ. ଗାୟତ୍ରୀ ମହାନ୍ତି ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିବା ବେଳେ ଉକ୍ତ କାର୍ଯ୍ୟାଳୟର ଜ୍ୟୋତ୍ସ୍ନାମୟୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ପାତ୍ର, ସୁଧୀର ରଂଜନ ଦାସ, ସ୍ମୃତିରଂଜନ ମହାନ୍ତି, ସୁଦର୍ଶନ ପଣ୍ଡା, ସୁରେନ୍ଦ୍ର କୁମାର ସାହୁ, ଶରତ ଚନ୍ଦ୍ର ଦାସ, ସଂଗ୍ରାମ କେଶରୀ ସାହୁ ଓ ବିଭିନ୍ନ ବିଦ୍ୟାଳୟର ଆସିଥିବା ମାର୍ଗଦର୍ଶକ ଶିକ୍ଷକ / ଶିକ୍ଷୟିତ୍ରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published.