ବରଗଡ, ୨୪/୦୧/୨୦୨୩ (ଓଡ଼ିଶା ସମାଚାର/ ନିରଞ୍ଜନ ତ୍ରିପାଠୀ)- ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଉପଲକ୍ଷେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ତରଫ ରୁ ରାମ ବାଜପେୟୀ ଙ୍କ ନେତୃତ୍ୱରେ ଏକ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଜମଲା ସରପଞ୍ଚ ଐଶ୍ୱର୍ୟା ପାଣିଗ୍ରାହୀ ଓ ସମିତି ସଭ୍ୟା ପ୍ରତିନିଧି ପିଣ୍ଟୁ ବେହେରା ଉଦଘାଟନ କରିଥିଲେ । ଏଥିରେ ଆୟୁର୍ବେଦ ମହାବିଦ୍ୟାଳୟ ର ଚିକିତ୍ସା ବିଭାଗ ର ସହକାରୀ ପ୍ରଫେସର ଡ.ପ୍ରିତମ ସାହୁ, ପଞ୍ଚକର୍ମ ଚିକିତ୍ସା ବିଭାଗ ର ସହଯୋଗୀ ପ୍ରଫେସର ଡ.ମନୋଜ ବେହେରା, କୌମାର ଭୃତ୍ୟ ବିଭାଗ ପ୍ରଫେସର ଡ.କାମିନୀ କର, ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗ ପ୍ରଫେସର ନଳିନୀ ଦାସ, ଶଲ୍ୟ ଚିକିତ୍ସା ବିଭାଗ ଡ. ମଞ୍ଜରୀ ଚନ୍ଦ୍ରବଂଶି, ଚର୍ମ ଓ ଗୁପ୍ତ ରୋଗ ବିଭାଗ ଡ.ଅନୁପମ କାଳିଆ ପ୍ରମୁଖ ଉପସ୍ଥିତ ରହି ପ୍ରାୟ ୫୫୦ ଜଣ ବୟୋଜେଷ୍ଠ ବ୍ୟକ୍ତିଙ୍କ ସହିତ ବିଭିନ୍ନ ବୟସ ର ରୋଗୀ ଭାଗ ନେଇ ଆୟୁର୍ବେଦର ଚିକିତ୍ସା ଓ ଉଦ୍ଦେଶ୍ୟ ଜାଣିବା ସହ ବିଭିନ୍ନ ରୋଗ ପାଇଁ ପରାମର୍ଶ କରି ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ରେ ଔଷଧ ବଣ୍ଟନ କରିଥିଲେ । ଏହି ଶିବିରକୁ ମନୋରଞ୍ଜନ ପୁରୋହିତ, ଗିରିଜା ଶଙ୍କର ପାଣିଗ୍ରାହୀ, ମନିଷ ଦୀକ୍ଷିତ, କଲାକର ଭୋଇ, ବିନୋଦ ବିହାରୀ ବେହେରା,ଈଶ୍ୱର ପଟ୍ଟନାୟକ,ଲକ୍ଷ୍ମୀ କାନ୍ତ ଭୋଇ, ସୁଦୀପ୍ତ ଭୋଇ, ନେପାଳ ମେହେର,ସୁବନ ଜୁଏଡ,ହରିବୋଲ ଜୁଏଡ ପ୍ରମୁଖ ପରିଚାଳନା କରିବା ସହ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଏଭଳି ଏକ ଶିବିର ଆୟୋଜିତ କରିଥିବାରୁ ବିଭିନ୍ନ ଗ୍ରାମରୁ ଆସିଥିବା ଆସିଥିବା ରୋଗୀମାନେ ଆୟୋଜକ ମାନଙ୍କୁ ଖୁବ ପ୍ରଶଂସା କରିଛନ୍ତି ।