Thursday , February 2 2023
Breaking News
Home / ବିଶେଷ / ଗଣମାଧ୍ୟମକୁ ଢ଼ାଲ କରି କଟକରେ ସେକ୍ସ କାରବାର ର ପର୍ଦ୍ଧାଫାସ

ଗଣମାଧ୍ୟମକୁ ଢ଼ାଲ କରି କଟକରେ ସେକ୍ସ କାରବାର ର ପର୍ଦ୍ଧାଫାସ

କଟକରେ,୨୪/୦୧/୨୦୨୩ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଗଣମାଧ୍ୟମକୁ ଢ଼ାଲ କରି ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ କାରବାର । କଟକ ବାଦମବାଡ଼ି ଥାନା ଅନ୍ତର୍ଗତ ଲିଙ୍କ ରୋଡ଼ ରେ ଥିବା ନିଶାମଣି ସିନେମାହଲ ପଛ ପାଖରେ ଥିବା ସୂର୍ଯ୍ୟ ବିହାର ଫେଜ୍- ୨ ର ଏକ ଘର ମଧ୍ୟରେ  ସେକ୍ସ କାରବାର ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା । ଆଜି ହଠାତ୍ ପୋଲିସ ଏହି ଘର ଉପରେ ଚଢ଼ାଉ କରି ୫ଜଣ ଦେହଜୀବୀ ଓ ୨ ଜଣ ଯୁବକଙ୍କୁ ଉଠାଇ ନେଇଛି । ଚଢ଼ାଉ ସମୟରେ ପୋଲିସ ସେହି ଘର ମଧ୍ୟରୁ ଆପତି ଜନକ ଜିନିଷ ଜବତ କରିଛି । ତେବେ ଉକ୍ତ ଘର ମଧ୍ୟରେ ଏକ ୱେବ ମିଡ଼ିଆ ର ସାଇନ୍ ବୋର୍ଡ଼ ଥିବା ଦେଖାଯାଇଥିଲା । କିନ୍ତୁ ପୋଲିସ ର ଏହି ଚଢ଼ାଉବେଳେ ସମ୍ପୃକ୍ତ ୱେବ ମିଡ଼ିଆ ର କେହି ନଥିବା ଜଣାପଡ଼ିଛି । ତେଣୁ ଉକ୍ତ ୱେବ ମିଡ଼ିଆକୁ ଢ଼ାଲ କରି ସେକ୍ସ କାରବାର ହେଉଥିଲା ବୋଲି ଅନୁମାନ ହେଉଛି । ପୋଲିସ  ଉଠାଇନେଇଥିବା ୫ ଜଣ ଦେହଜିବୀ, ଜଣେ ଗ୍ରାହକ ଓ ଅନ୍ୟ ଜଣେ ସେକ୍ସ କାରବାରର ମଧ୍ୟସ୍ଥ ବୋଲି ପୋଲିସ ସୂଚନା ଦେବା ସହ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛି ।

Leave a Reply

Your email address will not be published.