Thursday , February 2 2023
Breaking News
Home / ବିଶେଷ / କେନ୍ଦ୍ରାପଡାରେ ରାଜ୍ୟସ୍ତରୀୟ ବିଂଶତମ ପୁସ୍ତକମେଳାର ତୃତୀୟ ସନ୍ଧ୍ୟା –

କେନ୍ଦ୍ରାପଡାରେ ରାଜ୍ୟସ୍ତରୀୟ ବିଂଶତମ ପୁସ୍ତକମେଳାର ତୃତୀୟ ସନ୍ଧ୍ୟା –

ଅକ୍ଷୟ ମହାନ୍ତିଙ୍କ ସଙ୍ଗିତରେ ଝୁମିଲେ ଦର୍ଶକ –
କେନ୍ଦ୍ରାପଡ଼ା,୨୪/୦୧/୨୦୨୩(ଓଡ଼ିଶା ସମାଚାର)- ସ୍ଥାନୀୟ ଟେଲିକମ୍ ଗ୍ରାଉଣ୍ଡରେ ମଙ୍ଗଳବାର କେନ୍ଦ୍ରାପଡା ଇଭେଂଟମ୍ୟାନେଜର୍ସ(କେମ୍) ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଂଶତମ ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ ସାଂସ୍କୃତିକ ମଂଚରେ ଆୟୋଜିତ ହୋଇଥିବା ଚିରସବୁଜ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ସଙ୍ଗିତ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ରାଜିବଲୋଚନ ପଣ୍ଡା, ସମବାୟବିତ୍ ସୁଶିଲ କୁମାର ସାମଲ ଓ କେମର ସଭାପତି ଅକ୍ଷୟ କୁମାରପାଣି ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ “ଏଇ ଯେ ବନଲତା ପାହାଡ, ଉଡି ଉଡି ଯାଏ ଗୁଡି, ବୟସର କୃଷ୍ଣଚୁଡା, ପୁଣ୍ୟର ନଦୀ ତୀରେ” ଓ ଅନାନ୍ୟ ଲୋକପ୍ରିୟ ସଙ୍ଗିତରେ ଝୁମିଥିଲେ ଦର୍ଶକ । ସଙ୍ଗିତ ନିର୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ନେତୃତ୍ୱରେ କଣ୍ଠଶିଳ୍ପୀ ସୌଭାଗିନୀ ମହାପାତ୍ର, ଆନନ୍ଦକୁମାର, ରଞ୍ଜନ ବରାଳ, ନମିତା ସ୍ୱାଇଁ, ରୂପାଲି ସୁତାର, ରାଜଲକ୍ଷ୍ମୀ ପରିଡା ପ୍ରମୁଖ ସଙ୍ଗିତ ପରିବେଷଣ କରିଥିଲେ । ବହି କିଣିବାକୁ ପାଠକଙ୍କ ଭିଡ ବୃଦ୍ଧି ପାଇଥିବା ବେଳେ ଅକ୍ଷୟ ମହାନ୍ତିଙ୍କ ସଙ୍ଗିତରେ ଝୁମିଥିଲେ ଦର୍ଶକ । ବାଦ୍ୟଶିଳ୍ପୀ ଅଜୟ ଜେନା, ବଳରାମ ମଲ୍ଲିକ, କୈଳାସ ପରିଡା ପ୍ରମୁଖ ଏଥିରେ ସହାୟତା କରିଥିଲେ । ଏହା ପୂର୍ବରୁ ସେ ଜାଭିୟର ହାଇସ୍କୁଲ ପକ୍ଷରୁ ଚିତାକର୍ଶକ ସାଂସ୍କୃତିକ ବିଚିତ୍ରା ଓ “ଭିନ୍ନ ଏକ ଇଶ୍ୱର” ସାମାଜିକ ନାଟକ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published.