କେନ୍ଦ୍ରାପଡ଼ା, ୨୪/୦୧/୨୦୨୩ (ଓଡ଼ିଶା ସମାଚାର)- ଶିଳ୍ପ ବିହୀନ କୃଷିଭିତିିକ, ବନ୍ୟା, ବାତ୍ୟା ପ୍ରବଣ ଜିଲା ରୁପେ ପରିଚିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ରାଜନୈତିକ କର୍ମଭୂମି କେନ୍ଦ୍ରାପଡା ଜିଲାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳ ପିତାମ୍ବର ସାମଲଙ୍କୁ କେନ୍ଦ୍ରାପଡା ଜିଲା ସଚେତନ ନାଗରିକ ମଂଚ ପକ୍ଷରୁ ଏକ ନିବେଦନ ପତ୍ର ପ୍ରଦାନ କରାଯାଇଛି । ଗତ ୨୦୧୯ମସିହା ଜୁଲାଇ ମାସ ୭ତାରିଖରେ ଜିଲା ସଚେତନ ନାଗରିକ ମଂଚର ସଭାପତି ଆଇନଜୀବୀ ପ୍ରତାପ ମହାପାତ୍ର, ସାଧାରଣ ସମ୍ପାଦକ ଇଂ ସୈାମ୍ୟ ରଞ୍ଜନ ବିଶ୍ୱାଳ, ଉପଦେଷ୍ଠା ବରିଷ୍ଟ ସାମ୍ବାଦିକ ପରେଶ ଦାସ, ଶିକ୍ଷାବିତ୍ ପ୍ରଣବ କୁମାର ଜେନା, ସାବିର ଖାଁ ପ୍ରମୁଖଙ୍କ ଏକ ପ୍ରତିନିଧି ଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ କେନ୍ଦ୍ରାପଡା ଜିଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଦୀର୍ଘ ୪ବର୍ଷ ଧରି କେନ୍ଦ୍ରାପଡା ଜିଲାର ବିଭିନ୍ନ ଗଣ ସଂଗଠନ, ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ଜିଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରି ଆସୁଛନ୍ତି । ଜନପ୍ରିୟ ମୁଖ୍ୟମନ୍ତ୍ରୀ ଜିଲାର ୧୫ ଲକ୍ଷରୁ ଉଦ୍ଧ୍ୱର୍ ସାଧାରଣ ଜନତାଙ୍କ ଭାବାବେଗକୁ ସହୃଦୟତାର ସହ ଅନୁଭବ କରି ଯଥା ଶୀଘ୍ର କେନ୍ଦ୍ରାପଡା ଜିଲାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ମଂଚର ସଭାପତି ଆଇନଜୀବୀ ପ୍ରତାପ ମହାପାତ୍ର, ଉପଦେଷ୍ଠା ପରେଶ ଦାସ, ନିରଞ୍ଜନ ପଟନାୟକ, ମାତୃଦତ ମହାନ୍ତି, ସାବିର ଖାଁ, ଅଭିମନୁ୍ୟ ରାଉତ, ପ୍ରଶାନ୍ତ କୁମାର ନାୟକ, ମରୁତ କୁମାର ସ୍ୱାଇଁ, ଲକ୍ଷ୍ମୀକାନ୍ତ ନାୟକ, ଗୌତମ କୁମାର ସ୍ୱାଇଁ, ଜ୍ଞାନେନ୍ଦ୍ର କୁମାର ବାରିକ, ନାରାୟଣ ସିଂହ, ନିରଞ୍ଜନ ପାତ୍ର, ସୁନାକର ସେଠୀ ପ୍ରମୁଖ ଅତିରିକ୍ତ ଜିଲାପାଳ ଶ୍ରୀ ସାମଲଙ୍କୁ ନିବେଦନ ପତ୍ର ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜିଲ୍ଲା ସଚେତନ ନାଗରିକ ମଂଚର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ନିବେଦନ ପତ୍ର