ଗଣମାଧ୍ୟମକୁ ଉପେକ୍ଷା, ପ୍ରଚାର ପ୍ରସାର ଅଭାବ ଯୋଗୁ ଅଭିଯୋଗକାରୀ ଅଭିଯୋଗରୁ ବଞ୍ଚିତ-
କଟକ ସଦର, ୨୪/୦୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ମଙ୍ଗଳବାର ଦିନ କିଶନନଗର ତହସିଲରେ ଜିଲ୍ଲାପାଳ ଡ଼ ଭବାନୀ ଶଙ୍କର ଚଇନିଙ୍କର ଜନଶୁଣାଣି କାର୍ଯ୍ୟକ୍ରମ ଥିବା ବେଳେ ପ୍ରଚାର ପ୍ରସାରର ଅଭାବ ସହିତ ଗଣମାଧ୍ୟମକୁ ଉପେକ୍ଷା ଯୋଗୁଁ ଜନଶୁଣାଣୀ ପ୍ରହସନ ରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି।
ସେଥିରେ ବହୁ ଅଭିଯୋଗକାରୀ ଜାଣି ନପାରି ଅଭିଯୋଗରୁ ବଞ୍ଚିତ ହୋଇଥିବାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଜିଲ୍ଲାପାଳ ଡ଼ ଚଇନୀ କେବଳ ନାମକୁ ମାତ୍ର ଜନଶୁଣାଣୀ ଶିବିରରେ ୧୦ ମିନିଟ୍ ମୁଖ ଦର୍ଶନ ଦେଇ ପଳାଇ ଯିବାକୁ ନେଇ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖିବାକୁ ମିଳିଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ, ଗ୍ରାମାଞ୍ଚଳ ପୋଲିସ ଅଧିକ୍ଷକ ଯୁଗଳ କିଶୋର ଵନାଥ,ଉପ ଜିଲ୍ଲାପାଳ ଅମରଜିତ୍ ଦାଶ, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ବିମଳ ବାରିକ,କଟକ ସଦର ଵିଡିଓ ରାଜୀବ ଲୋଚନ ପରିଡ଼ା, ନିଶ୍ଚିନ୍ତକୋଇଲି ଵିଡିଓ ଦିବ୍ୟଜ୍ୟୋତି,ସିଡିଏମଓ ଡ ଛୋଟରାୟ,କିଶନନଗର ଥାନା ଆଇଆଇସି ରଶ୍ମିରଞ୍ଜନ ଦାଶ ଯୋଗ ଦେଇଥିବା ବେଳେ ତହସିଲଦାର ମଧୁସୂଦନ ନାୟକ ଜନ ଶୁଣାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ୧୨୭ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୫୨ ଅଭିଯୋଗର ଶୁଣାଣୀ ହୋଇଥିଲା ।