ଜଗତପୁର,୨୩/୦୧/୨୦୨୩ (ଓଡିଶା ସମାଚାର / ଅଭୟ ଜେନା )- କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଛକ ଓ ତ୍ରିସୁଳିଆ ଛକ ରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ଚଢ଼ାଉ କରି ବିପୁଳ ପରିମାଣ ର ଚୋରା ଗଞ୍ଜେଇ ଜବତ କରିଛି । ଅବକାରୀ କମିଶନର ଆଶିଷ ସିଂହ ଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ସ୍କ୍ୱାଡ଼ କଟକ ମଙ୍ଗୁଳି ଛକ ରେ ଚଢ଼ାଉ କରି ଏକ ଟାଟା ପିକଅପ ଭ୍ୟାନରୁ ୧୫୦ କେଜି ଗଞ୍ଜେଇ ଜବତ କରିଛି । ସେହିପରି ବାରଙ୍ଗ ଥାନା ତ୍ରିସୁଳିଆ ଛକ ରୁ ଏକ କାର ରୁ ୭୫ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ବିପୁଳ ପରିମାଣ ଗଞ୍ଜେଇ ଫୁଲବାଣୀ ରୁ କୋଲକାତା ଯାଉଥିବା ସୂଚନା । ଏହି ଘଟଣା ରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଜବତ ଗଞ୍ଜେଇ ର ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଓଡିଶା ସମାଚାର