ଭୁବନ,୨୩/୦୧/୨୦୨୩ (ଓଡ଼ିଶା ସମାଚାର)-ଭୁବନ ଥାନା ତରଫରୁ ଯମୁନାକୋଟ ଗ୍ରାମରେ ଜୋରଦାର ଚଢାଉ କରାଯାଇ ଆଜି ୫ଜଣ ଓା୍ୱରେଣି୍ଟଙ୍କୁ ଗିରଫ କରାଯାଇଛି । ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ବାଲିଘାଟ ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଥିବା ମନୋଜ ବେହେରା (୩୩) , ଉଗ୍ରସେନ ବାରିକ(୫୦) , ଅନୁପ ବେହେରା (୨୯) , ସର୍ବେଶ୍ୱର ବାରିକ (୬୨) ଏବଂ ମାୟାଧର ବେହେରା (୬୧) ଙ୍କୁ ଭୁବନ ଥାନା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଯମୁନାକୋଟ ଗ୍ରାମରେ ଚଢାଉ କରାଯାଇ ଉପରୋକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏମାନଙ୍କ ନାମରେ ଭୁବନ ଥାନାରେ କେଶ ନଂ-୪୫୨ /ତା ୨୩.୧୦.୨୦୨୧ ଆଇପିସି ଦଫା – ୧୪୭,୧୪୮,୩୪୧,୨୯୪,୩୨୩, ୩୨୪, ୩୦୭,୫୦୬,୧୪୯ ରେ ମାମଲା ରୁଜ୍ଜୁ ହୋଇଥିଲା । ଆଗାମୀ ଦିନରେ ମଧ୍ୟ ଏହିଭଳି ଚଢାଉ ଅବ୍ୟାହତ ରହିବ ବୋଲି ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର