Thursday , March 30 2023
Breaking News
Home / ବିଶେଷ / ପ୍ରତ୍ୟେକ ଯୁବକ ମଦମାଦକତାରୁ ଦୂରେଇ ରୁହନ୍ତୁ , ପ୍ରତ୍ୟେକ ବୃକ୍ଷେରାପଣ କରି ତାହାର ଯତ୍ନ ନିଅନ୍ତୁ – ପଦ୍ମଶ୍ରୀ ବାବା ବଳିଆ

ପ୍ରତ୍ୟେକ ଯୁବକ ମଦମାଦକତାରୁ ଦୂରେଇ ରୁହନ୍ତୁ , ପ୍ରତ୍ୟେକ ବୃକ୍ଷେରାପଣ କରି ତାହାର ଯତ୍ନ ନିଅନ୍ତୁ – ପଦ୍ମଶ୍ରୀ ବାବା ବଳିଆ

ବିଦଗ୍ଧକବିଙ୍କ ଜନ୍ମପୀଠରେ ଶ୍ରୀ ମୋହନଙ୍କ ନୂତନ ଗିଗ୍ରହ ପ୍ରତିଷ୍ଠା ଓ ପଦ୍ମଶ୍ରୀ ବାବା ବଳିଆଙ୍କୁ ସମ୍ବର୍ଦ୍ଧନା

ଯାଜପୁର, ୨୩/୦୧/୨୦୨୩ (ଓଡ଼ିଶା ସମାଚାର)-ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମ ପୀଠରେ ବିଶ୍ୱପ୍ରେମୀ ପଦ୍ମଶ୍ରୀ  ବାବା ବଳିଆଙ୍କୁ  ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି । ତେବେ ଏଠାରେ ପ୍ରକାଶ କରାଯାଇପାରେ କି ମହାପୁରୁଷ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଦ୍ୱାରା ପ୍ରତିଷ୍ଠିତ  ଶ୍ରୀ  ରାଧା ମୋହନ ଙ୍କ ବିଗ୍ରହ ମଧ୍ୟରୁ ଶ୍ରୀ ମୋହନଙ୍କ ବିଗ୍ରହ ବିଘ୍ନ ହୋଇଯାଇଥିଲା । ତେବେ ବାବାଙ୍କ ପରାମର୍ଶକ୍ରମେ ୨୦ ତାରିଖରୁ ଘୃତ ଯଜ୍ଞ , ଅଷ୍ଟମ ପ୍ରହର ଶ୍ରୀ ନାମ ଯଜ୍ଞ , ମାଧ୍ୟମରେ ଶ୍ରୀମଦ୍ ବାବାଙ୍କ ଦ୍ୱାରା  ଶ୍ରୀ ମୋହନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମାପନ ଘଟିଛି । ଏହି ଅବସରରେ ପଦଶ୍ରୀ ବାବା ବଳିଆଙ୍କୁ ମହାପୁରୁଷ ବିଦଗ୍ଧକବି ଅଭିମନ୍ୟୁଙ୍କ ଜନ୍ମ ମାଟି(ମାନସ ବୃନ୍ଦାବନ) ଅଭିମନ୍ୟୁ ବାଲିଆ ଠାରେ , କବିଙ୍କ ସ୍ମୃତି ଚାରଣ କରୁଥିବା ବିଦଗ୍ଧା ଅନୁଷ୍ଠାନ ତରଫରୁ  “ବିଦଗ୍ଧ ଭୂମୀପୁତ୍ର ସମ୍ମାନ -୨୦୨୩” ସମ୍ମାନରେ ଭୂଷିତ କରାଯାଇଥିଲା ।

ଏହି ସମ୍ବର୍ଦ୍ଧନା ପର୍ବକୁ କବିଙ୍କ ଜନ୍ମଭୂମୀର ବୟୋଜ୍ୟେଷ୍ଠ ମୁରବୀ ଦୁର୍ଯ୍ୟୋଧନ ଜେନା , ନଟବର ପରିଡା,ଗୋପବନ୍ଧୁ ଦାସ,କୁଞ୍ଜ ବିହାରୀ ରାୟ, କର୍ଣ୍ଣଚନ୍ଦ୍ର ଘଡାଇ, କପିଳ ଚରଣ ସାମଲ, ଯଜ୍ଞନାରାୟଣ ରାୟ, ରାଧାମୋହନ ରାୟ, ବିଜେତା ରାୟ ଓ ଶରତ କୁମାର ଜେନା ପମୁଖ ପରିଚାଳନା କରିଥିବା ବେଳେ ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା ଅନୁଷ୍ଠାନ ତରଫରୁ ବାବାଙ୍କୁ ଶୀରୋପା ବାନ୍ଧିଥିଲେ । ତେବେ ବାବା ପରେ ପରେ ତାଙ୍କର ଆଶିର୍ବଚନ ପ୍ରଦାନ କରି ଥିଲେ । ଅଭିମନ୍ୟୁଙ୍କ ଜନ୍ମପୀଠ ସହିତ ବାବାଙ୍କର  ଦୀର୍ଘ ୩୦ ବର୍ଷର ସମ୍ପର୍କ । ବିଦଗ୍ଧ ରାଧାହରି ଚେତନା ପଞ୍ଚକମ୍ ନାମରେ ଏକ ବିଶାଳ କାର୍ଯ୍ୟକ୍ରମ ଆହୁତ କରି ବାବା ଅଭିମନ୍ୟୁଙ୍କ ଜନ୍ମପୀଠକୁ   ଶ୍ରୀ ମାନସ ବୃନ୍ଦାବନ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଏତଦ୍‌ଭିନ୍ନ ପଦ୍ମଶ୍ରୀ ବାବା ଙ୍କର ଏହି ପୀଠ ଓ ଶ୍ରୀ ରାଧା ମୋହନ ଙ୍କ ସହ ସମ୍ପର୍କ ଅତ୍ୟନ୍ତ ନିବିଡଥିଲା । ତେବେ ସାରା ଅଭିମନ୍ୟୁଙ୍କ ଅଂଚଳ ବାବା ବଳିଆଙ୍କୁ  ନିଜ ଭୂମୀର ପୁଅ ବୋଲି ଚିନ୍ତା କରେ । ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାବାଙ୍କୁ  “ବିଦଗ୍ଧ ଭୂମୀ ପୁତ୍ର ସମ୍ମାନରେ” ସମ୍ମାନୀତ କରି ଏହି ମାଟି ଧନ୍ୟ ହୋଇଛି ବୋଲି ବିଦଗ୍ଧା ପ୍ରକାଶ କରିଛି ।  ଜଣେ ଧର୍ମଗୁରୁ ଭାବେ ବାବା ମଧ୍ୟ ଏ ଅଂଚଳର ପ୍ରତ୍ୟେକ ଜନମାନସର ଗୁରୁ , ତେଣୁ ବାବା କାର୍ଯ୍ୟକ୍ରମ ଶେଷରେ ତାଙ୍କର ଭାଷଣ ମାଧ୍ୟମରେ କହିଥିଲେ କି ବଳିଆ ଏଠାରେ  ଗୁରୁ ଦକ୍ଷିଣା ସ୍ୱରୂପରେ ଏତିକି ଚାହୁଁଛି , ଏ ଅଂଚଳର ପ୍ରତ୍ୟେକ ଯୁବକ ମଦମାଦକତାରୁ ଦୂରେଇ ରୁହନ୍ତୁ । ପ୍ରତ୍ୟେକ ବୃକ୍ଷେରାପଣ କରି ତାହାର ଯତ୍ନ ନିଅନ୍ତୁ ଓ ଏହା ଦ୍ୱାରା କେବଳ ପରିବେଶ ରକ୍ଷା ହେବ ତାହା ନୁହଁ ଆମ୍ଭେ ଯେଉଁ ମାନସ ବୃନ୍ଦାବନରେ ଜନ୍ମ ହୋଇଛନ୍ତି ସେହି ବୃନ୍ଦାବନର ନାମ ଓ ଦୀକ୍ଷା ସାର୍ଥକ ଲଭିବ ।

Leave a Reply

Your email address will not be published.