Thursday , February 2 2023
Breaking News
Home / କ୍ରୀଡ଼ା / ଦକ୍ଷିଣ ସମ୍ଭାଗ ଖେଳକୁଦ ସମାରୋହ ଅନୁଷ୍ଠିତ

ଦକ୍ଷିଣ ସମ୍ଭାଗ ଖେଳକୁଦ ସମାରୋହ ଅନୁଷ୍ଠିତ

ଜୁନାଗଡ,୨୩/୦୧/୨୦୨୩ (ଓଡ଼ିଶା ସମାଚାର/ ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ ହାଇସ୍କୁଲ ଖେଳ ପଡିଆଠାରେ ଦକ୍ଷିଣ ସମ୍ଭାଗ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି, ନବରଙ୍ଗପୁର, କରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ୧୪୯ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଉଦଘାଟନୀ ଉତ୍ସବରେ ଜୁନାଗଡ ଏନଏସି ନଗରପାଲ ମୁକେଶ ଅଗ୍ରୱାଲ, ବିଡ଼ିଓ ତୁଲରାମ ମାରାଣ୍ଡି,ଦକ୍ଷିଣ ସମ୍ଭାଗ ସଂଯୋଜକ ସୁକାନ୍ତ ବେହେରା , ସଭାପତି ରୁପସିଂ ମାଝୀ, ସ୍ଥାନୀୟ ଜୁନାଗଡ ଶିଶୁ ବିଦ୍ୟା ମନ୍ଦିର ସଭାପତି ଇଶ୍ଵର ପୁଝାରୀ, ସମ୍ପାଦକ ହେମନ୍ତ କୁମାର ମୁଣ୍ଡ, ପ୍ରଥମ ଆଚାର୍ୟ୍ୟ ଶ୍ରବଣ କୁମାର ସାହୁ ଉପସ୍ଥିତ ଥିଲେ । ଉଦଯାପନୀ ଉତ୍ସବରେ ଶିଳ୍ପ ପତି ଦୁର୍ଗା ପ୍ରସାଦ ନାଏକ, ବେଦପ୍ରକାଶ ଗୋଏଲ, ସୁଭେନ୍ଦୁ ପଣ୍ଡା ଉପସ୍ଥିତ ରହି କାର୍ୟ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । କଳାହାଣ୍ଡି ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ରଙ୍କ ତୁତ୍ବାବଧାନରେ ୩୫ ଜଣ ପରିଚାଳକ ଖେଳକୁଦ ସମାରୋହକୁ ତ୍ୱରାନିତ କରିଥିଲେ । ୯୨ ଜଣ ଖେଳାଳି ପୁରସ୍କୃତ ହୋଇଥିବା ବେଳେ ସନ୍ତୋଷ ପରଜା, ବିଜୟ ମାଝୀ, ଟିକିମଣି ଶବର, ତୁଳସୀ କୁମାର ଦାସ, ରଞ୍ଜିତା ଖିଲ, ରାଜେନ୍ଦ୍ର ପାଢ଼ୀ ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ସମ୍ମାନିତ ହୋଇଥିଲେ ।

Leave a Reply

Your email address will not be published.