Thursday , February 2 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ସହରରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଡାକ୍ତର ଶଙ୍କରରାମ ଚନ୍ଦାନୀଙ୍କ ଏକ ଟଙ୍କିଆ ଚିକିତ୍ସା ଶିବିର

କେନ୍ଦ୍ରାପଡା ସହରରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଡାକ୍ତର ଶଙ୍କରରାମ ଚନ୍ଦାନୀଙ୍କ ଏକ ଟଙ୍କିଆ ଚିକିତ୍ସା ଶିବିର

କେନ୍ଦ୍ରାପଡ଼ା, ୨୩/୦୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ସମ୍ବଲପୁରସ୍ଥିତ ବୁର୍ଲା ଭିମସାରର ଭେଷଜ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମ ଚନ୍ଦାନୀଙ୍କ ଏକ ଟଙ୍କିଆ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୧୦ଜଣ ରୋଗୀ ଯୋଗଦେଇ ଡା. ଚନ୍ଦାନୀଙ୍କ ଦ୍ୱାରା ଚିକିତ୍ସିତ ହେବା ସହ ଆବଶ୍ୟକ ପରାମର୍ଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ରୋଗୀ ଚିକିତ୍ସା ବାବଦକୁ ଏକଟଙ୍କା ପ୍ରଦାନ କରିଥିବା ବେଳେ ଔଷଧ ନିମନ୍ତେ ଏକଟଙ୍କା ପ୍ରଦାନ କରିଥିଲେ । ଗରିବ ଲୋକମାନଙ୍କୁ ଚିକିତ୍ସା ସେବା ମାଗଣାରେ ଯୋଗାଇ ଦେବା ଉଦେଶ୍ୟରେ ଡା. ଚନ୍ଦାନୀଙ୍କ ଏହା ଏକ ଅଭିନବ ପ୍ରୟାସ ବୋଲି ସେ କହିଥିଲେ । କେନ୍ଦ୍ରାପଡା ଜିଲା ପରେ ରାଜ୍ୟର ଅନ୍ୟ ଜିଲା ଗୁଡିକରେ ମଧ୍ୟ ସେ ଏଭଳି ଚିକିତ୍ସା ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଡା. ଚନ୍ଦାନୀ । ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତିଙ୍କ ନେତୃତ୍ୱରେ କେଦାର ସ୍ୱାଇଁ, ଜୟନ୍ତ ଜେନା, ଚନ୍ଦନ କୁମାର, ବିଭୁ ପ୍ରସାଦ ସାହୁ, ତୁଷାର କୁମାର ଦାସ, ହେମନ୍ତ କୁମାର ସାମଲ, ଶାନ୍ତନୁ ମଲ୍ଲିକ, ସାଗର ଜେନା, କାଳନ୍ଦୀ ମଲ୍ଲିକ, ସନାତନ ବେହେରା, ନିଗମ ରାଜ, ବିନୋଦ ପଣ୍ଡା, ଅଜୟ କୁମାର ସେଠୀ, ତାପସ ପରିଡା, ରଶ୍ମୀରଞ୍ଜନ ବାରିକ, ଆକାଶ ଦାସ, ଶିବାଶିଷ ସିଂ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.