Thursday , February 2 2023
Breaking News
Home / କ୍ରୀଡ଼ା / କଟାବାହାଲ ରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

କଟାବାହାଲ ରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

 ବରଗଡ, ୨୩/୦୧/୨୦୨୩ (ଓଡ଼ିଶା ସମାଚାର/ ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ରେ  ପ୍ରଥମ ଥର ପାଇଁ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ଏଥିରେ କଟାବାହାଲ (କ) , ମୁଣ୍ଡାପାଲି, ଲରମ୍ଭା, ସାହାଜବାହାଲ,ଘନାମାଲ,ଆଗଲପୁର, କଟାବାହାଲ (ଖ) ଏହିପରି ମୋଟ ୭ ଗୋଟି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଆଗଲପୁର ଓ ଘନାମାଲ ଦଳ ଫାଇନାଲ କୁ ଯାଇଥିଲେ । ଆଗଲପୁର ଦଳ ୨୪ଟି ଗୋଲ କରି ଚମ୍ପିୟାନ ହେବାସହ ଟ୍ରଫି ହାସଲ କରିଥିଲେ । ଘନାମାଲ ଦଳ ୧୪ଟି ଗୋଲ କରି ରନର୍ସ ଅପ ହେବା ସହ ଟ୍ରଫି ପାଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସମାଜସେବୀ ସୁଶାନ୍ତ ପଣ୍ଡା, ସମ୍ମାନିତ ଅତିଥି ଗୌନ୍ତିଆ ମାନଭଞ୍ଜନ ବରିହା , ପର୍ଶୁରାମ ବଢେଇ, ପ୍ରଫୁଲ୍ଲ ପଣ୍ଡା , କ୍ରୀଡା ଶିକ୍ଷକ ରବୀନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ  । ରେଫରି କଳ୍ପତରୁ କର୍ଣ୍ଣାଲ ଓ ଦିବାକର ସାହୁ ଖେଳ ପରିଚାଳନା କରିଥଲେ । ତେବେ ପ୍ରଥମ ଥର ପାଇଁ କଟାବାହାଲ ଗ୍ରାମ ରେ ଭଲିବଲ ଟୁର୍ଣ୍ଣାମେଣ୍ଟ ର ଆୟୋଜନ ହୋଇଥିବାରୁ ଅତିଥି ଗଣ ଏବଂ ଦର୍ଶକମାନେ ଆୟୋଜକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଓଡ଼ିଶା ସମାଚାର

Leave a Reply

Your email address will not be published.