ନିରାକାର ପୁର/ଟାଙ୍ଗୀ ୨୨/୦୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅନ୍ତର୍ଗତ ବରିକୋ ଗ୍ରାମ ଖେଳପଡିଆରେ ମହାବୀର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ରବିବାର ନାଚୁଣୀ କ୍ରିକେଟ ଟିମ ଏବଂ ଚାନ୍ଦପୁର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଚାନ୍ଦପୁର ଦଳ ବ୍ୟାଟିଂ କରିଥିବାବେଳେ ନିର୍ଦ୍ଧାରିତ ୧୬ଓଭର ଖେଳି ୭ୱିକେଟ ହରାଇ ୧୩୦ରନ ସଂଗ୍ରହ କରିଥିଲା । ଜବାବରେ ନାଚୁଣୀ କ୍ରିକେଟ ଟିମ୍ ୧୫.୫ଓଭର ଖେଳି ୯ୱିକେଟ ହରାଇ ୧୩୧ରନ କରି ଚମ୍ପିଆନ ହୋଇଛନ୍ତି । ମ୍ୟାନ ଅଫ ଦି ମ୍ୟାଚ ନାଚୁଣୀ ଦଳର ସୁଧାଂଶୁ କଳସ ହୋଇଥିବାବେଳେ ମ୍ୟାନ ଅଫ ଦି ସିରିଜ ଚାନ୍ଦପୁର ଦଳର ହେମନ୍ତ ପରିଡା ହୋଇଥିଲେ । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର, ଅନ୍ୟତମ ଅତିଥିଭାବେ ବିଜେପି ଜିଲ୍ଲା ସମ୍ପାଦକ ହେମନ୍ତ କୁମାର ବେହେରା, ସମାଜସେବୀ ବିରଂଚିନାରାୟଣ ସାହୁ, ରାମଚନ୍ଦ୍ରପୁରର ପୂର୍ବତନ ସରପଂଚ ମିତ୍ରଭାନୁ ସୁବୁଦ୍ଧି ପ୍ରମୁଖ ଯୋଗଦେଇ କ୍ରୀଡାବିତ୍ ଙ୍କୁ ଉତ୍ସାହିତ କରିବା ସହ ଚମ୍ପିଆନ ଦଳକୁ ୧୦ହଜାର ଟଙ୍କା ସହ କପ ଏବଂ ରନର୍ସଅପ କୁ ୬ହଜାର ଟଙ୍କା ସହ କପ ଦେଇ ପୁରସ୍କୃତ କରିଥିଲେ ।ଖେଳକୁ ପ୍ରମୋଦ କୁମାର ପ୍ରଧାନ, ଦେବାଶିଷ ବାରିକ, ମହାବିର କ୍ରିକେଟ କ୍ଲବ ସଭାପତି ବେଣୁଧର ସାହୁ, ସମ୍ପାଦକ ସୂର୍ୟ୍ୟକାନ୍ତ ସାହୁ ପରିଚାଳନା କରିଥିଲେ । ପରିଚାଳନାରେ ସମୀର ବେହେରା, ସନ୍ତୋଷ ବେହେରା, ପ୍ରଦୀପ ବେହେରା ପ୍ରମୁଖ ସହଯୋଗ କରିଥିଲେ ।