Sunday , January 29 2023
Breaking News
Home / ଶିକ୍ଷା / ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବିଜ୍ଞାନ ମେଳା ଅନୁଷ୍ଠିତ

ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବିଜ୍ଞାନ ମେଳା ଅନୁଷ୍ଠିତ

ଭୁବନ ୨୨/୦୧/୨୦୨୩ (ଓଡ଼ିଶା ସମାଚାର)-ଭୁବନର ପ୍ରଥମ ଇଂଲିଶ ମିଡିୟମ ସ୍କୁଲ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ବାର୍ଷିକ ପ୍ରଦର୍ଶନୀ ଉତ୍ସବ (ବିଜ୍ଞାନ ମେଳା) ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ସଂପାଦକ ହରିହର ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ପ୍ରଦର୍ଶନୀ ଉତ୍ସବରେ ଭୁବନ ମହିଳା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ଅଧ୍ୟାପକ ଶୁଭମ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କଳା , ବିଜ୍ଞାନ ଓ ସ୍ଥାପତ୍ୟ ର ବିକାଶ ଦିଗରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଧର ପୃଷ୍ଟି ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଭିତରେ ଥିବା ଚିନ୍ତାଶକ୍ତିକୁ ଉପଯୋଗ କରି ନୂଆ ଜିନିଷ ଉଦ୍ଭାବନ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ଲକ୍ଷ୍ମଣ କୁମାର ସାହୁ, ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ,ଉପାଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର ଯୋଗଦେଇଥିଲେ । ସ୍ୱପ୍ଲିନା ବର୍ଦ୍ଧନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଶ୍ରୀ ଚିନ୍ମୟୀ ପତି ଧନ୍ୟବାଦ ଅର୍ପଣ କରିଥିଲେ । କୁନି କୁନି ପିଲାଙ୍କ ଦ୍ୱାରା ସମୁଦାୟ ୫୫ ଟି ପ୍ରକଳ୍ପ ସ୍ଥାନ ପାଇଥିଲା ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବାର୍ଷିକ ପ୍ରଦର୍ଶନୀ ଉତ୍ସବରେ ରେ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ କରିଥିଲେ ।

Leave a Reply

Your email address will not be published.