ଲକ୍ଷ୍ମୀପୁର, ୨୨/୦୧/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ସାଂସ୍କୃତିକ ଭବନ ଠାରେ ତ୍ରୟୋଦଶ ଭୋଟର ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତି ଯୋଗିତାରେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଛାତ୍ର ଗୋବିନ୍ଦ ମିଣିଆକା ଅଂଶଗ୍ରହଣ କରି ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ପ୍ରତିଯୋଗିତାରେ କୋରାପୁଟ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲା ବେଳେ ଗୋବିନ୍ଦ ପ୍ରଥମ ହୋଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଥିବାରୁ ଯୁକ୍ତ ଦୁଇ ଅଧ୍ୟକ୍ଷ ବୀରେନ୍ କୁମାର ଶତପଥୀ ଓ ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ସହ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଗୋବିନ୍ଦଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି।ତାଙ୍କର ଏଇ ସଫଳତା ମହାବିଦ୍ୟାଳୟ ପାଇଁ ଗୌରବର ବିଷୟ ପାଲଟି ଥିବା ବେଳେ ଗୋବିନ୍ଦ ତାଙ୍କର ଏହି ସଫଳତା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି।ପ୍ରକାଶ ଥାଉକି ଏହା ପୂର୍ବରୁ ମଧ୍ୟ ଗୋବିନ୍ଦ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଛନ୍ତି।