Sunday , January 29 2023
Breaking News
Home / ଶିକ୍ଷା / ଆଲଫା ବେଷ୍ଟର ଆଲଫା ମେଗା ଟାଲେଂଟ ସର୍ଚ୍ଚ

ଆଲଫା ବେଷ୍ଟର ଆଲଫା ମେଗା ଟାଲେଂଟ ସର୍ଚ୍ଚ

କେନ୍ଦ୍ରାପଡ଼ା, ୨୨/୦୧/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ସର୍ବପ୍ରଥମ ଆବାସିକ ମହାବିଦ୍ୟାଳୟ “ଆଲଫା ବେଷ୍ଟ” ପରିସରରେ ଆଲଫା ବେଷ୍ଟ ମେଗା ଟାଲେଂଟ ସର୍ଚ୍ଚ କରାଯାଇଥିଲା । ଏଥିରେ ଜିଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୪୯୨ଜଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୧୫ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଲଫା ବେଷ୍ଟ କଲେଜ ଅଧ୍ୟକ୍ଷ କ୍ଷୀରୋଦ ପ୍ରସାଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କଲେଜ ପରିଚାଳନା ସମିତିର ଅଧ୍ୟକ୍ଷ ଡଃ. ଗନ୍ଧର୍ବ ଚରଣ ନାୟକ ମୁଖ୍ୟ ଅତିଥି, ନିର୍ଦେଶକ ଅନ୍ତରାମ ପଣ୍ଡା, ପରିଚାଳନା ନିର୍ଦେଶକ ଅଦୈତ ପ୍ରସାଦ ନାୟକ, ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା, ଅଧ୍ୟାପକ ଗୋବିନ୍ଦ ଦାସ, ଅଧ୍ୟାପକ ଗୋପବନ୍ଧୁ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ସମ୍ବିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଲଫା ବେଷ୍ଟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମକତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.