Sunday , January 29 2023
Breaking News
Home / କ୍ରୀଡ଼ା / ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ

ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ

ତୃତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଇଣ୍ଡିପେଣ୍ଡେନସ କ୍ଲବ ୩-୦ରେ ବିଜୟୀ

କେନ୍ଦ୍ରାପଡ଼ା, ୨୨/୦୧/୨୦୨୩ (ଓଡ଼ିଶା ସମାଚାର)- ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୩ୟ ବାର୍ଷିକ ରାଜ୍ୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି  ଫୁଟବଲ ଟୁର୍ଣ୍ଣାମେଂଟ ତୃତୀୟ କ୍ୱାଟରଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍ ଙ୍କ ଅଧ୍ୟକ୍ଷତାରେ ସରକାରୀ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେଶ ଚନ୍ଦ୍ର ପାଣ୍ଡେ ମୁଖ୍ୟଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କ୍ଲବର ସମ୍ପାଦକ ସେକ ସାହାବୁଲ୍ଲା  ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ସେକ ମୁସ୍ତାକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଂଟର ତୃତୀୟ ଦିବସ ମ୍ୟାଚରେ କଟକର ଇଣ୍ଡିପେଣ୍ଡେନସ କ୍ଲବ ପୁରୀର ନୀଳଚକ୍ର ସ୍ପୋର୍ଟସ କ୍ଲବକୁ ୩-୦ ଗୋଲରେ ହରାଇ ବିଜୟୀ ହୋଇଥିଲା । ଓଡିଶା ଫୁଟବଲ ସଂଘର ରାଜ୍ୟ ରେଫରୀ  ସେକ ମୋକିମ, ମାନସ ବିଶ୍ୱାଳ ଓ ମହମ୍ମଦ ସକଲେମ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ । ଆସନ୍ତା କାଲି ଭୁବନେଶ୍ୱର କିଟ ବିଶ୍ୱ ବିଦ୍ୟାଳୟ ସହିତ କେନ୍ଦ୍ରାପଡା ଲେବର ସ୍ପୋଟିଂ କ୍ଲବର ମୁକାବିଲା ହେବ । ଅନ୍ୟମାନଙ୍କ ମଧ୍ୟରେ ସୟଦ ଅବଦୁଲ ସତାର, ସୟଦ ଅକମଲ ଅଲ୍ଲୀ, କ୍ଲବର ବରିଷ୍ଠ ସଦସ୍ୟ ମହମ୍ମଦ ନିୟାଜ, ମୀର ବକାଉଲ୍ଲା, ମୀର ଫାରୁକ, ଓସିଉଲ୍ଲା ଖାନ, ସେକ ମୁସ୍ତର, ସେକ ଅକ୍ତର, ସେକ ଗୋପ୍ରାନ,  ଜାହିଦ ଖାନ, ମୀର ଜରାର, ମହମ୍ମଦ ଆଝାରୁଦ୍ଧିନ, ଜୁମା ଖାନ, ମୀର ଅବୁସନା, ସେକ ସଫାତୁଲ୍ଲା, ଅକିଲ ଅହେମ୍ମଦ, ମୀର ସଲିମ, ୟାସିର ଆରାଫତ, ଅବଦୁଲ ମଲ୍ଲିକ, ସେକ ଆଦିଲ ଇକବଲ, ସେକ ଫରିତଉଦ୍ଧିନ, ତାଜୁ ଖାନ, ସେକ ଅକିଲ ଇକବାଲ, ରିୟାଜତ ଅଲ୍ଲୀ, ବୁରାନ ଅଲ୍ଲୀ, ୟୁସୁଫ ଖାନ, ୟାକୁବ ଖାନ, ସେକ ସିରାନ ଅଲ୍ଲୀ, ଇବ୍ରାହିମ ଖାନ, ମହମ୍ମଦ ଜାକିର, ଆୟାଜ ମହମ୍ମଦ,କଲିମ ଖାନ, ଅବଦୁଲ ମଜିଦ, ଅମୀର ମହମ୍ମଦ, ପରଭେଜ ଅକ୍ତର, ମୀର ସଦାମ, ସେକ ଖଲିଲ, ବାସା ଖାନ, ମହମ୍ମଦ ଇଲିଆସ ଖାନ ପ୍ରମୁଖ ମ୍ୟାଚ ଓ ଉସôବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.