Thursday , March 30 2023
Breaking News
Home / କ୍ରୀଡ଼ା / ୩ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ

୩ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ

ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଚାନ୍ଦ ସ୍ପୋଟିଂ ୩-୦ରେ ବିଜୟୀ

କେନ୍ଦ୍ରାପଡ଼ା, ୨୧/୦୧/୨୦୨୩ (ଓଡ଼ିଶା ସମାଚାର)- ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୩ୟ ବାର୍ଷିକ ରାଜ୍ୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି  ଫୁଟବଲ ଟୁର୍ଣ୍ଣାମେଂଟ ଦ୍ୱିତୀୟ କ୍ୱାଟରଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍ ଙ୍କ ଅଧ୍ୟକ୍ଷତାରେ ସରକାରୀ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଉତ୍ସବରେ ଜିଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ବକ୍ତବ୍ୟ ରଖିଥିଲେ । କ୍ଲବର ସମ୍ପାଦକ ସେକ ସାହାବୁଲା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ସେକ ମୁସ୍ତାକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିବସ ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ ସ୍ପୋଟିଂ କଟକର ଫୁଟବଲ ଆସୋସିଏସନ ଅଫ ଓଡିଶାକୁ ୩-୦ ଗୋଲରେ ହରାଇ ବିଜୟୀ ହୋଇଥିଲା । ଓଡିଶା ଫୁଟବଲ ସଂଘର ରାଜ୍ୟ ରେଫରୀ  ସେକ ମୋକିମ, ମାନସ ବିଶ୍ୱାଳ ଓ ମହମ୍ମଦ ସକଲେମ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲୀ,  ପୂର୍ବତନ କାଉନସିଲର ମୁକ୍ତାର ଖାନ, ହିବଜୁର ରହେମାନ, କ୍ଲବର ବରିଷ୍ଠ ସଦସ୍ୟ ମହମ୍ମଦ ନିୟାଜ, ମୀର ବକାଉଲା, ମୀର ଫାରୁକ, ଓସିଉଲା ଖାନ, ସେକ ମୁସ୍ତର, ସେକ ଅକ୍ତର, ଜାହିଦ ଖାନ, ମୀର ଜରାର, ମହମ୍ମଦ ଆଝାରୁଦ୍ଧିନ, ଜୁମା ଖାନ, ମୀର ଅବୁସନା, ସେକ ସଫାତୁଲା, ଅକିଲ ଅହେମ୍ମଦ, ମୀର ସଲିମ, ୟାସିର ଆରାଫତ, ଅବଦୁଲ ମଲ୍ଲିକ, ସେକ ଆଦିଲ ଇକବଲ, ସେକ ଫରିତଉଦ୍ଧିନ, ତାଜୁ ଖାନ, ସେକ ଅକିଲ ଇକବାଲ, ରିୟାଜତ ଅଲୀ, ବୁରାନ ଅଲୀ, ୟୁସୁଫ ଖାନ, ୟାକୁବ ଖାନ, ସେକ ସିରାନ ଅଲୀ, ଇବ୍ରାହିମ ଖାନ, ମହମ୍ମଦ ଜାକିର, ଆୟାଜ ମହମ୍ମଦ,କଲିମ ଖାନ, ଅବଦୁଲ ମଜିଦ, ଅମୀର ମହମ୍ମଦ, ପରଭେଜ ଅକ୍ତର, ମୀର ସଦାମ, ସେକ ଖଲିଲ, ବାସା ଖାନ, ମହମ୍ମଦ ଇଲିଆସ ଖାନ ପ୍ରମୁଖ ମ୍ୟାଚ ଓ ଉସôବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.