ଖଲ୍ଲିକୋଟ୍,୨୦/୦୧/୨୦୨୩ (ଓଡ଼ିଶା ସମାଚାର)- ଦୁର୍ବୃତଙ୍କ ସଂଘବଦ୍ଧ ଆକ୍ରମଣରେ ବେଗୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ଭଣଜାଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବେଗୁନିଆପଡ଼ା ବ୍ଳକ ରାଗପୁର ଛକ ପାଖରେ ଏହି ଘଟଣା ଘଟିଛି। ପୂର୍ବ ରାଜନୈତିକ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ମୃତକ ହେଉଛନ୍ତି ତାଳସର ଭାବିନିପୁର ଗାଁ ର ପଙ୍କଜ ଗୌଡ଼। ସେ ବେଗୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ଭଣଜା । ଆକ୍ରମଣପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୋଲିସ୍ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।