Thursday , February 2 2023
Breaking News
Home / ତାଜା ଖବର / କୁଖ୍ୟାତ ମାଓବାଦୀଙ୍କ ନାଁରେ ପୋଷ୍ଟର ଲଗାଇଲା ଏନଆଇଏ

କୁଖ୍ୟାତ ମାଓବାଦୀଙ୍କ ନାଁରେ ପୋଷ୍ଟର ଲଗାଇଲା ଏନଆଇଏ

କୋରାପୁଟ, ୨୦/୦୧/୨୦୨୩ (ଓଡ଼ିଶା ସମାଚାର)- କୁଖ୍ୟାତ ମାଓବାଦୀଙ୍କ ନାଁରେ ପୋଷ୍ଟର ଲାଗିଛି। କୋରାପୁଟ ସହରର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାଁରେ ପୋଷ୍ଟର ଲାଗିଛି । ଧରାଇ ଦେବା ଲୋକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ଜାତୀୟ ତଦନକାରୀ ସଂସ୍ଥା ଏନଆଇଏ ଦ୍ବାରା ମୋଷ୍ଟ ୱ୍ବାଣ୍ଟେଡ ମାଓବାଦୀଙ୍କ ନାମ ପୋଷ୍ଟରରେ ଉଲ୍ଲଖ ରହିଛି । ୪ ଜଣ ମାଓବାଦୀଙ୍କ ଉପରେ ୧୦ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ପୁରସ୍କାର ରାଶି ଏନଆଇଏ ପକ୍ଷରୁ ଘୋଷଣା କରାଯାଇଛି ।
ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ର ଏକ ଟିମ୍ ଦୁଇ ଦିନ ଧରି କୋରାପୁଟ ଜିଲ୍ଲା ଗସ୍ତ କରି ମାଓ ଗତିବିଧି ଉପରେ ନଜର ରଖିଛନ୍ତି ବୋଲି କୋରାପୁଟ ଏସପି ଅଭିନବ ସୋନକର କହିଛନ୍ତି । ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ଏକ ଚିଠା ପ୍ରସ୍ତୁତ କରାଯାଇଛି । ମାଲକାନଗିରି କ୍ୟାଡରର ଖିଲ ରଞ୍ଜୁଙ୍କ ପାଇଁ ୩ ଲକ୍ଷ ମୁଣ୍ଡ ଜାମିନ ରଖାଯାଇଥିବା ବେଳେ ଆନ୍ଧ୍ରର ଜାଲମୁରି ଶ୍ରୀନୁ ବାବୁଙ୍କ ପାଇଁ ୫ଲକ୍ଷ, ତେଲେଙ୍ଗାନାର ଗଜରଲା ରବିଙ୍କ ପାଇଁ ୧୦ଲକ୍ଷ , ଆନ୍ଧ୍ର ପ୍ରଦେଶର ମେଟରୁ ଜଗାରାଓଙ୍କ ପାଇଁ ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖାଯାଇଛି। ଏ ନେଇ ଏନଆଇଏ ପକ୍ଷରୁ କୋରାପୁଟ ବସଷ୍ଟାଣ୍ଡରେ ପୋଷ୍ଟର ମରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published.