ମାହାଙ୍ଗା, ୨୦/୦୧/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଓଳାଶୁଣୀ ପୀଠ ରେ ସନ୍ଥ ଅରକ୍ଷିତ ଦାସ ଙ୍କ ପବିତ୍ର କେଶ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରସିଦ୍ଧ ଓଳାଶୁଣୀ ମେଳା ଅବସରରେ ସନ୍ଥ ଅରକ୍ଷିତ ଦାସ ଙ୍କ କେଶ କୁ ପ୍ରତିବର୍ଷ ଭଳି ଚଳିତ ବର୍ଷ କଟକ ଜିଲ୍ଲା ମାହାଙ୍ଗା ଲଳିତଗିରି ଗ୍ରାମରେ ପୂଜା ପାଉଥିବା କଳ୍ପତରୁ ମହାରଣାଙ୍କ ଘରେ ମହାପୁରୁଷ ଙ୍କ କେଶ କୁ ନୀତିକାନ୍ତି ଅନୁସାରେ ସବୁଦିନ ପାଇଁ ପୂଜାର୍ଚ୍ଚନା କରଯାଇଥାଏ ।
ବିଧିବଦ୍ଧ ଭାବେ ମହାରଣାଙ୍କ ଘରୁ ମହାପୁରୁଷ ଙ୍କ କେଶ ସୁସଜ୍ଜିତ ବିମାନରେ ବିଜେ କରି ସନ୍ଧ୍ୟାରେ ବିରାଟ ପଟୁଆରରେ ବାଜା, ବାଣ,ଘଣ୍ଟ, ଓ ସଂକୀର୍ତନ କରି ଓଳାଶୁଣି ପୀଠର ମହନ୍ତ ମହାରାଜ ନାମାନନ୍ଦ ଦାସ ମହାପୁରୁଷ ଅରକ୍ଷିତ ଦାସଙ୍କ କେଶକୁ ପାଛୋଟି ନେଇ ଲଳିତଗିରି ଗ୍ରାମଦେବତି ଙ୍କ ନିକଟରେ ପୂଜା ଅର୍ଚ୍ଚନା କରାଯାଇଥିଲା ।
ପରେ ସୁସଜ୍ଜିତ ବିମାନ ରେ ମହାପୁରୁଷ ଅରକ୍ଷିତ ଦାସ ଙ୍କ କେଶକୁ ଗ୍ରାମ ପରିକ୍ରମା କରି ଓଳାଶୁଣି ପୀଠକୁ ନିଆଯାଇଥାଏ । ସେଠାରେ ମହାପୁରୁଷଙ୍କ ସମାଧି ମନ୍ଦିର ପରିକ୍ରମା ପରେ ମନ୍ଦିର ଭିତରେ ଥିବା ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠପଖରେ ୩ ଦିନ ରଖାଯାଇ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ଏହାପରେ କେଶ କୁ ଲଳିତଗିରି ଗ୍ରାମର ମହାରଣା ଘରକୁ ପତ୍ୟାବର୍ତନ କରିଥାନ୍ତି । ଏହି କେଶ ଯାତ୍ରା ମାଘ ଦଶମୀ ତିଥି ରେ ହେବାପରେ ମାଘ ଏକାଦଶୀ ଠାରୁ ପ୍ରସିଦ୍ଧ ଓଳାଶୁଣୀ ମେଳା ୭ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ। ଏହି କେଶ ଯାତ୍ରା କୁ ଦେଖିବା ପାଇଁ ସମଗ୍ର ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ ।ଏଠାରେ ଏକ ନିଆରା ପରମ୍ପରା ଭାବେ ପୋଡପିଠା ଓ ଶୁଖୁଆ ଭୋଗ କରାଯାଇଥାଏ । ଓଡ଼ିଶା ସମାଚାର