Thursday , February 2 2023
Breaking News
Home / ତାଜା ଖବର / ଓଲଟିଲା ‘ରଘୁନାଥ’ ନାମକ ଯାତ୍ରିବାହୀ ବସ , ୨ ଜଣ ମହିଳା ମୃତ, ୫ ଯାତ୍ରି ଗୁରୁତର ଆହତ

ଓଲଟିଲା ‘ରଘୁନାଥ’ ନାମକ ଯାତ୍ରିବାହୀ ବସ , ୨ ଜଣ ମହିଳା ମୃତ, ୫ ଯାତ୍ରି ଗୁରୁତର ଆହତ

ବ୍ରହ୍ମପୁର,୨୦/୦୧/୨୦୨୩ (ଓଡ଼ିଶା ସମାଚାର)- ଘାଟିରେ ଏକ ଯାତ୍ରିବାହୀ ବସ ଓଲଟି ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ‘ରଘୁନାଥ’ ନାମକ (ଓଆର୍ ୦୨ ବି- ବି ୯୭୭୭) ନମ୍ବର ଥିବା ଏକ ଯାତ୍ରିବାହୀ ବସ ଟି ପ୍ରାୟ ୩୦ ଜଣ ଯାତ୍ରି ଙ୍କୁ ନେଇ ଗଜପତି ଜିଲା ରାୟଗଡ଼ରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ଜରଡ଼ା ଥାନା ଝଗଡା ପଲ୍ଲୀରେ ଏହି ଅଘଟଣ ଘଟିଛି। ମାଙ୍କଡ଼ ଡିଆଁ ଘାଟି ପାର ହେବା ପରେ ଏହି ଘରୋଇ ବସ୍ ଟି ଓଲଟି ପଡ଼ିବା ଯୋଗୁ ଦୁଇ ଜଣ ମହିଳା ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ଶିକୁଳିପଦର ଗାଁର ସରସ୍ଵତୀ ଶବର (୧୬) ଓ ଅରଖପଦା ଗ୍ରାମର ସୁମତି ରଇତ (୨୮)। ଘଟଣାରେ ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଚଳାଇଛି । ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଖରିଆଗୁଡ଼ା ଫାଣ୍ଡି ଅଧିକାରୀ ଓ ଜରଡା ଥାନା ଅଧିକାରୀ ସୁନିଲ କୁମାର ବେହେରା ଉପସ୍ଥିତ ଅଛନ୍ତି।

Leave a Reply

Your email address will not be published.