ଲକ୍ଷ୍ମୀପୁର ୧୯/୦୧/୨୦୨୩ (ଓଡିଶା ସମାଚାର/ପ୍ରମୋଦ ଜେନା) – ଲକ୍ଷ୍ମୀପୁର ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ସ୍ବର୍ଗତଃ ଡ.ପ୍ରକାଶ ସେନାପତିଙ୍କ ୪୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଲକ୍ଷ୍ମୀପୁର ବଜାର ମଝିରେ ଥିବା ଦୁର୍ଗାପୂଜା ମଣ୍ଡପ ଠାରେ ଆୟୋଜିତ ସ୍ଵର୍ଗତଃ ସେନାପତିଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ଲକ୍ଷ୍ମୀପୁର ମହା ବିଦ୍ୟାଳୟର କିଛି ଅଧ୍ୟାପକ, ଅଧ୍ୟାପିକା,ସାଇ ସେବା ସମିତିର ସମସ୍ତ କର୍ମକର୍ତା,ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରି,ସାହିତ୍ୟ ପରିଷଦର ସଦସ୍ୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନେ ଯୋଗ ଦେଇ ତାଙ୍କର ଜୀବନି ଉପରେ ନିଜନିଜ ଅଭିଭାଷଣ ପରିପ୍ରକାଶ କରିଥିଲେ।ସ୍ଵର୍ଗତଃ ସେନାପତି କରୋନା ମହାମାରିରେ ମୃତ୍ୟୁବରଣ କଲାପରେ ସାରା ବ୍ଲକ ତାଙ୍କୁ ଝୁରିଥିଲା। କାରଣ ସିଏ ଜଣେ ପରଉପକାରି,ସ୍ନେହି,ଲେଖକ,କବି,ଭଲ ମଣିଷ ରୁପେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।ତାଙ୍କର ବିୟୋଗରେ ଅଞ୍ଚଳବାସୀ ମର୍ମାହତ ହୋଇପଡିଥିଲେ।ଆଜି ତାଙ୍କର ଅନୁପସ୍ଥିତିକୁ ଝୁରୁଥିବା ମଣିଷଟିଏ ତାଙ୍କୁ ମନେ ପକାଇଛି।ଏଇ କ୍ଷେତ୍ରରେ ଆଜି ତାଙ୍କର ଜନ୍ମ ବାର୍ଷିକି ପାଳନ କରାଯାଇଛି।ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଭଦ୍ର ମଣ୍ଡଳି ସ୍ଵର୍ଗତଃ ସେନାପତିଙ୍କୁ ମନେ ପକାଇଥିଲେ।
ଶେଷରେ ସ୍ବର୍ଗତ ସେନାପତି ଙ୍କ ଝିଅ ପୁନର୍ନବା ସେନାପତି ଙ୍କ ଦ୍ବାରା କେକ୍ କଟାଯାଇ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା।ଶିକ୍ଷକ ରମେଶ କୁମାର ଦୋରା ଓ ସମାଜସେବୀ ଶ୍ରୀବତ୍ସ ଖରା ଙ୍କଦ୍ବାରା କାର୍ୟ୍ୟକ୍ରମ ଆୟୋଜିତ କରାଯାଇଥିବା ବେଳେ ସ୍ବର୍ଗତ ସେନାପତି ଙ୍କ ଝିଅର ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିଲା।