Thursday , February 2 2023
Breaking News
Home / କୃଷି / ଭୁବନ କୃଷକ ସମାଜ ର ରୌପ୍ୟଜୟନ୍ତୀ ପାଳିତ

ଭୁବନ କୃଷକ ସମାଜ ର ରୌପ୍ୟଜୟନ୍ତୀ ପାଳିତ

ଭୁବନରେ ଶୀତଳ ଭଣ୍ଡାର ନିର୍ମାଣ ହେବ : ନଗରପାଳ ଶୁଭେନ୍ଦୁ ସାହୁ

ଭୁବନ ୧୮/୦୧/୨୦୨୩ (ଓଡ଼ିଶା ସମାଚାର)- ଭୁବନ କୃଷକ ସମାଜ ର ୨୫ ତମ ସ୍ୱନକ୍ଷତ୍ର ଉତ୍ସବ (ରୌପ୍ୟଜୟନ୍ତୀ) ସଭାପତି ବାସୁଦେବ ଗୁରୁ ଙ୍କ ଅଧ୍ୟକ୍ଷତାରେ କୃଷକ ସମାଜ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷକ ସମାଜ ର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ସମସ୍ତ ପ୍ରକାର କୃଷକ ହିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶୃତି ଦେଇଥିଲେ । ପ୍ରତି ବ୍ଲକରେ ଗୋଟିଏ ଲେଖାଁଏ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ତେଣୁ ନିକଟ ଭବିଷ୍ୟତରେ ନିଶ୍ଚିତ ଭାବେ ଭୁବନରେ ଏକ ଶୀତଳ ଭଣ୍ଡାର ନିର୍ମାଣ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଦେବବ୍ରତ ପୃଷ୍ଟି ବ୍ୟବସାୟ ଭିତିକ କୃଷି କୃଷକ ମାନଙ୍କ ଆର୍ଥôକ ବୃଦ୍ଧିରେ ସହାୟ ହେବ ,ସରକାର ଏଥିପାଇଁ ସହାୟତା କରିବା ଉଚିତ ବୋଲି କହିଥିଲେ । ଭୁବନ ଅଂଚଳର ସହସ୍ରାଧିକ ଚାଷୀ ଭାଈମାନଙ୍କୁ ନେଇ ଗଠିତ ଭୁବନ କୃଷକ ସମାଜ ସର୍ବଦା କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି ବୋଲି ପୂର୍ବତନ ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ମତବ୍ୟକ୍ତ କରିବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଂପାଦକ ସୁଶାନ୍ତ ଗୁରୁ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଉପସଭାପତି ଶ୍ରୀଧର ବେହେରା ପରିଚାଳନା କରିଥିବା ବେଳେ ବରିଷ୍ଠ ସଭ୍ୟ ଅଚ୍ୟୁତାନନ୍ଦ ମଲ୍ଲିକ , ଶେଷଦେବ ବେହେରା , ମନମୋହନ ସାହୁ , ଚୈତନ୍ୟ ପୃଷ୍ଟି , ଅନନ୍ତ ବେହେରା , ସତ୍ୟାନନ୍ଦ ପୃଷ୍ଟି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଏହି ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଭୁବନ ସମବାୟ ସମିତିର ସମସ୍ତ ସଭ୍ୟ , କାପୁଡିଆ ସମାଜ ଜିଲ୍ଲା ସଭାପତି ଖଗେଶ୍ୱର ନାୟକ , ବରିଷ୍ଟ ସଭ୍ୟ ନିତ୍ୟାନନ୍ଦ ସାହୁ , ବାଲିବୋ ସମବାୟ ସମିତି ସଭାପତି ମଳୟ ତ୍ରିପାଠୀ , ପାଣି ପଂଚାୟତ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ,ସମାଜସେବୀ ବିନୋଦ ମହାରଣା ଓ ଶତାଧିକ କୃଷକ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।

Leave a Reply

Your email address will not be published.