Sunday , January 29 2023
Breaking News
Home / ତାଜା ଖବର / ଗାଜଲବାଡ଼ି ଘାଟି ରେ ଦୁଇ ବସ୍‌ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗାଜଲବାଡ଼ି ଘାଟି ରେ ଦୁଇ ବସ୍‌ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲିଗୁଡା,୧୮/୦୧/2023 (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥ ଗାଜଲବାଡ଼ି ଘାଟିର ୯ନଂ ବୁଲାଣିରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ବସ୍‌ ମୁହାଁମୁହିଁ ପରିସ୍ଥିତି ହେବା ଫଳରେ ଉଭୟ ବସ୍‌ର ଯାତ୍ରୀ ମାନେ ବଡ ଅଘଟଣରୁ ରକ୍ଷା ପାଇଯାଇଛନ୍ତି। ଖବରପାଇ ନିକଟସ୍ଥ ସୋରଡ଼ା ପୋଲିସ ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ,ଦାରିଙ୍ଗବାଡି ରୁ ଏକ ସରକାରୀ ବସ ଭଞ୍ଜନଗର ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଘରୋଇ ବସ ଛତିଶଗଡ଼, ବିହାର ରାଜ୍ୟ ରୁ କିଛି ପର୍ଯ୍ୟଟକଙ୍କୁ ନେଇ ଦାରିଙ୍ଗବାଡି ଅଭିମୁଖେ ଯାତ୍ରା କରୁଥିଲା। ତେବେ ବାହାର ରାଜ୍ୟର ବସ୍‌ ଚାଳକ ଉକ୍ତ ଅଣ ଓସାରିଆ ଘାଟି ରାସ୍ତା ସମ୍ପର୍କରେ ଅଜଣା ରହିଥିବା ବେଳେ ୯ ନମ୍ବର ବୁଲାଣିରେ ସରକାରୀ ବସ୍‌ ସହ ମୁହାଁ ମୁହିଁ ହୋଇଥିଲା। ତେବେ ସରକାରୀ ବସ୍‌ର ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଧରଣର ଦୁର୍ଘଟଣା ଟଳିଯାଇଛି। ଘାଟିରେ ଛତିଶଗଡ଼ ବସ୍‌ଟି ଅଟକି ରହିଥିବାରୁ ଏବେ ସେହି ରାସ୍ତାରେ ଗାଡିଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ, ସରକାରୀ ବସ୍‌ଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବା ଜଣାପଡିଛି ।

Leave a Reply

Your email address will not be published.