Thursday , February 2 2023
Breaking News
Home / ରାଜନୀତି / କି୍ରକେଟର ରାଜଶ୍ରୀ ସ୍ୱାଇଁ ମୃତୁ୍ୟ ଘଟଣାର ହାଇକୋର୍ଟଙ୍କ ତତ୍ୱାବଧନରେ ଏସଆଇଟି ତଦନ୍ତ ଦାବି

କି୍ରକେଟର ରାଜଶ୍ରୀ ସ୍ୱାଇଁ ମୃତୁ୍ୟ ଘଟଣାର ହାଇକୋର୍ଟଙ୍କ ତତ୍ୱାବଧନରେ ଏସଆଇଟି ତଦନ୍ତ ଦାବି

ଭୁବନେଶ୍ୱର, ୧୮/୦୧/୨୦୨୩ (ଓଡ଼ିଶା ସମାଚାର)- ବୁଧବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୱାସିର ନୱାଜ  ମୃତ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ପ୍ରସଙ୍ଗରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ, କି୍ରଡ଼ାମନ୍ତ୍ରୀ ଓ ଓସିଏ ସଭାପତି ବିଶ୍ୱ ହକି କପ୍ ରେ ଆତ୍ମହରା ହୋଇପଡ଼ିଥିବା ବେଳେ ଓଡ଼ିଶାର ପ୍ରତିଭାବତୀ ମହିଳା କି୍ରକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତୁ୍ୟ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି । ରାଜଶ୍ରୀ ଜଣେ ଉଦୀୟମାନ ଖେଳାଳି । ତାଙ୍କୁ ମାରି ଦିଆଯାଇଛି ବା ସେ ଆତ୍ମହତ୍ୟା କରିଛନ୍ତି ତାହା ଆଜି ସନ୍ଦେହଘେରରେ । ମାତ୍ର ହକିରେ ମାତି ଯାଇଥିବା ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଓସିଏ ସଭାପତି ଏଭଳି ସ୍ପର୍ଶକାତର ଘଟଣାକୁ କିପରି ଏଡ଼ାଇ ଯାଉଛନ୍ତି ତାହା ଆଜି ସାଧାରଣରେ ପ୍ରଶ୍ନାବାଚୀ ସୃଷ୍ଟି କରିଛି । ଘଟଣାକୁ ଚପାଇ ଦେବା ପାଇଁ ଅପଚେଷ୍ଟା ଚାଲିଛି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । ରାଜଶ୍ରୀଙ୍କୁ ପୁଡୁଚେରୀ ବିସିସିଆ ସିନିଅର ମହିଳା ଦିନିକିଆ ଟ୍ରଫି ଚୂଡ଼ାନ୍ତ ତାଲିକାରେ ବାଦ୍ ଦିଆଯାଇଥିବାରୁ ସେ ଚାପରେ ଥିଲେ ବୋଲି ଅଭିଯୋଗ ହୋଇଛି । ଓସିଏ ଖେଳାଳି ଚୟନରେ ମୁହଁଦେଖା, ସୁପାରିଶ ଓ ଚାପର ଭୂମିକା ରହିଛି । ଯାହାଫଳରେ ପ୍ରତିଭା ଉପେକ୍ଷିତ ହେଉଛି । ରାଜଶ୍ରୀଙ୍କ ପାଖରେ ଓସିଏ ଚୟନ କାର୍ଯ୍ୟର ଗୁମର ତଥ୍ୟ ଥିବାରୁ ତାଙ୍କୁ ମାରି ଦିଆଯାଇଛି ବୋଲି ଅଭିଯୋଗ ହେଉଛି । ଯଦି ରାଜଶ୍ରୀ ଆତ୍ମହତ୍ୟା କରିଛନ୍ତି, ତେବେ କାହା ଚାପରେ ଆତ୍ମହତ୍ୟା କରିଛନ୍ତି ବୋଲି ରାଜ୍ୟବାସୀ ଏ ପ୍ରଶ୍ନ କରୁଥିବା ବେଳେ ପ୍ରଶାସନ ନୀରବ । ଏହି ସମସ୍ତ ଘଟଣାକୁ ଚପାଇ ଦେବା ପାଇଁ ପୋଲିସ୍ ଉପରେ ଚାପ ପ୍ରୟୋଗ କରାଯାଉଛି । ନବୀନ ସରକାର ପାତନ୍ତର ଅନ୍ତରକୁ ପ୍ରୋତ୍ସାହନ ଦିଅନ୍ତି । ସୁତରାଂ ଓସିଏରେ ପାତର ଅନ୍ତର ପାଇଁ ଆଜି ଏକ ବିରାଟ ପ୍ରତିଭାର ମୃତୁ୍ୟ ଘଟିଛି । ଏକଥା ସ୍ପଷ୍ଟ ଯେ, ଓସିଏ ଏବେ ଏକ ସ୍ୱତନ୍ତ୍ର ଅନୁଷ୍ଠାନ ହୋଇ ନିରପେକ୍ଷତା ଅବଲମ୍ବନ କରିପାରିବ ନାହିଁ । କାରଣ ବବି ଦାସ ଓସିଏ ସଭାପତି ଅଛନ୍ତି । ତାଙ୍କର କାର୍ଯ୍ୟ ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣା । ସେ କେବେହେଲେ ଓସିଏରେ ନିରପେକ୍ଷତା ଚାହିଁବେ ନାହିଁ । ଓସିଏରେ ମହିଳା ଖେଳାଳି ସୁରକ୍ଷିତ ଅଛନ୍ତି କି ନାହିଁ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟିି କରିଛି । ଯେହେତୁ ନବୀନ ସରକାରରେ ମହିଳା ନିର୍ଯ୍ୟାତିତ, ଅସୁରକ୍ଷିତ, ଆତ୍ୟାଚାରିତ ଓ ଉପେକ୍ଷିତ, ତାହାର ପ୍ରଭାବ ଓସିଏ ଉପରେ ପଡ଼ିଛି । ପ୍ରଦେଶ ଛାତ୍ର କଂଗ୍ରେସ ଘଟଣାର ହାଇକୋର୍ଟଙ୍କ ତତ୍ୱାବଧନରେ ଏସଆଇଟି ତଦନ୍ତ ଦାବି କରୁଛି । ଯେଉଁ ତଦନ୍ତରେ କ୍ରିଡ଼ାମନ୍ତ୍ରୀ ଓ ଓସିଏ ସଭାପତିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି କରାଯାଇଛି । ଯଦି ସରକାର ଛାତ୍ର କଂଗ୍ରେସର ଦାବିକୁ ଉପେକ୍ଷା କରନ୍ତି, ତେବେ ନବୀନ ନିବାସ ଓ ଓସିଏ ସଭାପତିଙ୍କ ସରକାରୀ ବାସଭବନ ଘେରାଉ କରାଯିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published.