Sunday , January 29 2023
Breaking News
Home / ତାଜା ଖବର / ରକ୍ତରଞ୍ଜିତ ହେଲା ରାଜଧାନୀ , ସାଲିଆ ସାହି ରେ ଜଣେ ମୃତ – ଅନ୍ୟ ୨ ଜଣ ଗୁରୁତର ଆହତ

ରକ୍ତରଞ୍ଜିତ ହେଲା ରାଜଧାନୀ , ସାଲିଆ ସାହି ରେ ଜଣେ ମୃତ – ଅନ୍ୟ ୨ ଜଣ ଗୁରୁତର ଆହତ

ଭୁବନେଶ୍ୱର, ୧୭/୦୧/୨୦୨୩ (ଓଡ଼ିଶା ସମାଚାର)- ରକ୍ତରଞ୍ଜିତ ହେଲା ରାଜଧାନୀ । ସାଲିଆ ସାହିର ଆଦିବାସୀ ସାହିରେ ଦୁଇ ପରିବାର ଭିତରେ ବଚସା ରୁ ହତ୍ୟାକାଣ୍ଡ ଘଟିଛି । ବଚସାକୁ ନେଇ ଦୁଇ ପରିବାର ଭିତରେ ହୋଇଥିଲା ଖଣ୍ଡଯୁଦ୍ଧ । ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସୁଶୀଲ ହେମ୍ବ୍ରମ । ଠେଙ୍ଗାମାଡରେ ସୁଶୀଲଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ମୈତ୍ରୀବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗୁରୁତର ଅବସ୍ଥାରେ ଅନ୍ୟ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି ।

 

Leave a Reply

Your email address will not be published.