ଭୁବନେଶ୍ୱର, ୧୬/୦୧/୨୦୨୩ (ଓଡ଼ିଶା ସମାଚାର)- ଓ.ପି.ଜି.ସି ରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛିି । ଏକ ପ୍ରେସ୍ ବିବୃତିରେ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ ବିଦୁ୍ୟତ୍ ଘରୋଇକରଣ କୁଫଳ ରାଜ୍ୟବାସୀ ଭୋଗୁଛନ୍ତି । ଟାଟା ପାୱାର ବିଜୁଳି ଆବଂଟନ ନେଲାପରେ ବିଜୁଳି ବିଲ୍ ବଢି ଚାଲିଛି । ପୁଣି ଓପିଜିସିର ଘରୋଇକରଣ ହେଲେ ବିଜୁଳି ଉତ୍ପାଦନ ମହଙ୍ଗା ହେବ । ତେଣୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସରକାର ଏଥିରୁ କ୍ଷାନ୍ତ ରହିବାକୁ ସେ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ।