Thursday , February 2 2023
Breaking News
Home / ରାଜନୀତି / କାମାକ୍ଷାନଗର ବିଧାନସଭା ଆସନ : ଚର୍ଚ୍ଚାରେ ଶୁଭାଶିଷ , ତପନ , ରାଜା , ସତ୍ୟଜିତ ଓ ରଞ୍ଜନ

କାମାକ୍ଷାନଗର ବିଧାନସଭା ଆସନ : ଚର୍ଚ୍ଚାରେ ଶୁଭାଶିଷ , ତପନ , ରାଜା , ସତ୍ୟଜିତ ଓ ରଞ୍ଜନ

ଭୁବନ ୧୫/୦୧/୨୦୨୩ (ଓଡ଼ିଶା ସମାଚାର)- ଦେଶରେ ସାଧାରଣ ନିର୍ବାଚନ ଆଉ ମାତ୍ର ଗୋଟିଏ ବର୍ଷ ବାକି ଥିବାବେଳେ ବର୍ତମାନ ଠାରୁ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଶେଷକରି୨୦୨୩ ବର୍ଷରେ ୯ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେଥିପାଇଁ ଆଂଚଳିକ ସ୍ତରରେ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତିରେ ରହିଛନ୍ତି । ତେବେ ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଆଗୁଆ ହୋଇପାରେ ବୋଲି ଜନୈକ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମରେ ଖୋଲାଖୋଲି ବିବୃତି ଦେବା ପରେ ଓଡିଶାରେ ହଠାତ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ।

        ସତ୍ୟଜିତ ବିମଳ ମିଶ୍ର
ଶୁଭାଶିଷ ଆଚାର୍ଯ୍ୟ

ଏହାର ଜବାବରେ ବିଜେଡି ସବୁବେଳେ , ସବୁ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ବିଜେଡି ତରଫରୁ କୁହାଯାଇଛି । ଖାଲି କୁହାଯାଇନାହିଁ ଗତ ଡିସେମ୍ବର ୨୬ ତାରିଖରେ ପୁରୀ ଠାରେ ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତୀ ଉତ୍ସବ ପାଳନ କରି ମା’ ମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ଆଗାମୀ ୫ ବର୍ଷ ନୁହେଁ ଶହେ ବର୍ଷ ସେବା କରିବ ବୋଲି ଖୋଦ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଭାଷଣ ପ୍ରସଙ୍ଗରେ ମତ ଦେଇଥିଲେ । ପ୍ରତିଷ୍ଟା ଦିବସ ପାଳନ ନାଁ ରେ ଶଙ୍ଖକ୍ଷେତ୍ର ରୁ ଶଙ୍ଖନାଦ କରିଛନ୍ତି ଶଙ୍ଖପତି ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଚଳିତ ଥର ବିଜେଡି ଯୁବ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦେବ । ନିର୍ବିବାଦୀୟ ,ନିଷ୍କଳଙ୍କ ତଥା ଉଦୀୟମାନ ଯୁବ ନେତାଙ୍କୁ ପ୍ରାର୍ଥୀ କରି ଆଗାମୀ ବହୁ ବର୍ଷ ପାଇଁ ଶାସନ କରିବାକୁ ଲକ୍ଷ୍ୟ ରଖିଛି । ଆଗୁଆ ନିର୍ବାଚନ ସକାଶେ ସାରା ଓଡିଶାରେ ବିଭିନ୍ନଦଳର ଆଶାୟୀ ପ୍ରାର୍ଥୀ ମାନେ ଏବେଠାରୁ ପ୍ରସ୍ତୁତ ହୋଇ ଭୋଟରଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଲାଣି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ନୂଆ ବର୍ଷ ଆରମ୍ଭରୁ ଆଶାୟୀ ପ୍ରାର୍ଥୀ ମାନେ ଅଭିନନ୍ଦନ ବ୍ୟାନର ମାଧ୍ୟମରେ ଆବିର୍ଭାବ ହେଲେଣି ।

ତପନ ଦାସ

କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆସନ୍ତା ନିର୍ବାଚନରେ ଆଉ ପ୍ରାର୍ଥୀ ହେବେ ନାହିଁ ବୋଲି ଶୁଣାଯାଉଛି । ବୟସ ଆଉ ତାଙ୍କ ସାଥ୍ ଦେଉନାହିଁ ବୋଲି କୁହାଯାଉଛି । କାମାକ୍ଷାନଗର ରେ ନୁହେଁ ସାରା ଜିଲ୍ଲାରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଦିନ ଦିପ୍ରହରରେ ଗୁଳି , ବୋମା ଫୁଟୁଛି । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡି ନେତା କାହ୍ନୁ ସାହୁ ଙ୍କୁ ଗୁଳିମାଡ ହେବା ସଦ୍ୟତମ ଉଦାହରଣ । ଯଶୋବନ୍ତ ପରିଡା ଓ ଦୀପକ ମାହୁନ୍ତ ଙ୍କ ଭଳି ହେଭିୱେଟ ଦଳୀୟ ନେତାଙ୍କୁ ଦୁର୍ବୃତ ମାନେ ଗୁଳି କରି ହତ୍ୟା କଲାପରେ ବି ପ୍ରକୃତ ଆସାମୀ ଏଯାଏଁ ଧରା ପଡିନପଡିବା ମନ୍ତ୍ରୀଙ୍କୁ ସନ୍ଦେହ ଘେରକୁ ଟାଣିନେଉଛି । ମନ୍ତ୍ରୀ ପ୍ରଫୁଲ୍ଲ ବାବୁ ଙ୍କ ପ୍ରମୁଖ ସହଯୋଗୀ ତଥା ଘନିଷ୍ଟ କୁହାଯାଉଥିବା ଭୁବନ ବ୍ଲକର ୩ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀ ନିଜ ଘରେ ଚୋରା ମଦ କାରଖାନା ଚଳାଇଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ରହିବା ପରେ ନାମକୁ ମାତ୍ର ତାଙ୍କୁ ନିଲମ୍ବନ କରାଯାଇଛି । ପ୍ରଫୁଲ୍ଲ ବାବୁଙ୍କ ପୁତ୍ରବଧୁ କଲେଜରେ କ୍ଲାସ ନକରି ଲକ୍ଷାଧିକ ଟଙ୍କା ଦରମା ଠକିନେବା ମନ୍ତ୍ରୀଙ୍କ ସଫେଦ କୁର୍ତାରେ କଳାଦାଗ ଲଗାଇଦେଇଛି । ବର୍ତମାନ ଯୁବପିଢୀକୁ ପ୍ରାଧାନ୍ୟ ଦିଆଯାଉଥିବା ଟ୍ରେଣ୍ଡକୁ ଦେଖିବାକୁ ଗଲେ ବୟସାଧିକ କାରଣରୁ ପ୍ରଫୁଲ୍ଲ ବାବୁ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିତ । ଯୁବପିଢୀ କୁ ଲକ୍ଷ୍ୟ ରଖାଗଲେ ଏବେ ଶୁଭାଶିଷ ଆଚାର୍ଯ୍ୟ ,ତପନ ଦାସ , ସତ୍ୟଜିତ ବିମଳ ମିଶ୍ର ଓ ରଂଜନ ରାଉତ ଙ୍କ ନାମ ଚର୍ଚ୍ଚା ହେଉଛି । ପୂର୍ବ ନିର୍ବାଚନରେ ବିଜେଡି ଦଳୀୟ ଟିକେଟ ପାଇବାର ସମୀକରଣରେ ଖୁବ ନିକଟକୁ ଯାଇ ଦୁଇ ଦୁଇ ଥର ନିରାଶ ହୋଇଥିବା ଯୁବନେତା ହେଉଛନ୍ତି ଶୁଭାଶିଷ ଆଚାର୍ଯ୍ୟ ଓରଫ ଲୁଜୁ । ଶ୍ରୀ ଆଚାର୍ଯ୍ୟ ଏଥର ଟିକେଟ ଲବିରେ ସର୍ବାଗ୍ରେ ଥିବା ଶୁଣାଯାଉଛି । ସେ ରେଭେନ୍ସା କଲେଜରେ ଅଧ୍ୟୟନ କରିବା ଦିନଠାରୁ ଛାତ୍ର ରାଜନୀତିରେ ଜଡିତ । କାମାକ୍ଷାନଗର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନରେ ଲଗାତର ଦୁଇଥର ସାଧାରଣ ସଂପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀ ବିହାରରେ ବିଜେଡି ସମର୍ଥôତ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ମାତ୍ର ଦୁଇ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ଶ୍ରୀ ଆଚାର୍ଯ୍ୟ ରାଜ୍ୟସ୍ତରୀୟ ଯୁବ/ଛାତ୍ର ନେତା ଭାବେ ଜଣାଶୁଣା । ଶୁଭାଶିଷ ଙ୍କ ବାପା ରାମ କୁମାର ଆଚାର୍ଯ୍ୟ କାମାକ୍ଷାନଗର ଓ ଭୁବନ ରେ ଦୀର୍ଘ ୨୫ ବର୍ଷ କାଳ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରି ଜଣେ ଲୋକପ୍ରିୟ ଅଫିସର ଭାବେ ଖ୍ୟାତି ଅର୍ଜନ କରିଥିଲେ । ପିତା ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଶୁଭାଶିଷ ମଧ୍ୟ ଲୋକସଂପର୍କ ବୃଦ୍ଧି କରିଚାଲିଛନ୍ତି । ଢେଙ୍କାନାଳ ବିକାଶ ପରିଷଦ ର ଆବାହକ ଚାଟାର୍ଡ ଆକାଉଂଟାନ୍ଟ ରାଜ ନାରାୟଣ ତ୍ରିପାଠୀ (ରାଜା) ଢେଙ୍କାନାଳର ବିଭିନ୍ନ ସମସ୍ୟା କୁ ଲୋକଲୋଚନକୁ ଆଣି ତାହାର ସମାଧାନ କରୁଥିବା ବେଳେ ଢେଙ୍କାନାଳ ଜିଲାର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଦେଉଛନ୍ତି । କାମାକ୍ଷାନଗର ଓକିଲ ସଂଘର ପୂର୍ବତନ ସଭାପତି ଆଇନଜୀବୀ ରଂଜନ କୁମାର ରାଉତ , ସାମ୍ବାଦିକ ସତ୍ୟଜିତ୍ ବିମଳ ମିଶ୍ର ,ରାଜ୍ୟ ବିଜେଡି ସଂପାଦକ ତପନ କୁମାର ଦାସ ଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ତପନ ଦାସ ହେଉଛନ୍ତି ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଧେଶକ ତଥା ଯାଜପୁର ର ପୂର୍ବତନ ଜିଲାପାଳ ରଂଜନ କୁମାର ଦାସ ଙ୍କ ଭାଇ । ରଂଜନ ଦାସ ଯାଜପୁରରେ ଦୀର୍ଘଦିନ ଜିଲାପାଳ ଭାବେ ଥିବାରୁ ବିଜେଡିର ଶକ୍ତିକେନ୍ଦ୍ର ତଥା ମିନିଷ୍ଟର ମେକର ବବି ଦାସ ଙ୍କ ସହ ଘନିଷ୍ଟ । ଏହି ପରିଚୟ ନେଇ ତପନ ଦାସ ଏଥର ଟିକେଟ ପାଉଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଓ ଆଲୋଚନା ହେଉଛି । ତେବେ ଉପରୋକ୍ତ ନେତା ମାନଙ୍କ ମଧ୍ୟରୁ କିଏ ବିଜେଡି ଟିକେଟ ପାଇବ ଏବଂ କାମାକ୍ଷାନଗର ର ପ୍ରତିନିଧିତ୍ୱ କରିବ ତାହା ସମୟ କହିବ ।

Leave a Reply

Your email address will not be published.