ଖୋର୍ଦ୍ଧା, ୧୧/୦୧/୨୦୨୩ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ କାଶିପୁର ନଂ୨ ସେବା ସମବାୟ ସମିତିରେ ଆଜି ଧାନମଣ୍ଡି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏ. ଆର୍ ଅନନ୍ତ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ସମିତିର ସଂପାଦକ ଗୌର ଗୋବିନ୍ଦ ପଟ୍ଟନାୟକ, ସଭାପତି ପ୍ରଦୀପ ଷଡଙ୍ଗୀ, ସଂଗିତା ମହାପାତ୍ରଙ୍କ ସମେତ ବୋର୍ଡ ସଭ୍ୟ ଓ ଅନେକ ଚାଷୀ ଉପସ୍ଥିତ ଥିଲେ। ଆଜି ୨୮ ଜଣ ଚାଷୀଙ୍କ ହାରାହାରି ୫୦୦ କୁଇଣ୍ଟାଲ ଧାନ ବିକ୍ରୀ ହେବା ସମିତିରୁ ସୂଚନା ମିଳିଛି।