ଭୁବନ ୦୮/୦୧/୨୦୨୩ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱର ମନ୍ଦିର , ସର୍ବକନିଷ୍ଠ ସହିଦ ବୀର ବାଜିରାଉତ ଙ୍କ ଜନ୍ମସ୍ଥାନ ରକ୍ତତୀର୍ଥ ନୀଳକଣ୍ଠପୁର ର ପାରିପାଶ୍ୱିର୍କ ବିକାଶ ହେବ ଏବଂ ଅତ୍ୟାଧୁନିକ ପ୍ରକ୍ରିୟାରେ ଡ୍ରେନେଜ ସିଷ୍ଟମ କରାଯିବ । ଏଥିପାଇଁ ମାଷ୍ଟରପ୍ଲାନ ତିଆରି ହୋଇଛି ।
ଏଥର ନିମନ୍ତେ ଗତକାଲି ରାଜ୍ୟ ସଂସ୍କୃତି ନିର୍ଦ୍ଧେଶକ ରଇଜନ କୁମାର ଦାସ ଙ୍କ ନେତୃତ୍ୱରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ,ଓଟିଡିସି ସହକାରୀ ଯନ୍ତ୍ରୀ ,କନିଷ୍ଠ ଯନ୍ତ୍ରୀ ଓ ଆର୍କିଟେକ୍ସ ର ପ୍ରଶାସନିକ ଅଧିକାରୀ ମାନେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ସଙ୍ଗରେ ବୁଦ୍ଧେଶ୍ୱର ମନ୍ଦିର ,ଇନଡୋର ଷ୍ଟାଡିୟମ ବିଭିନ୍ନ ଅଂଚଳ ପରିଦର୍ଶନ କରି ଫେରିଯାଇଥିବା ବେଳେ ଆଜି ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅତ୍ୟାଧୁନିକ ଡ୍ରେନେଜ ଓ ବର୍ଷାଜଳ ନିଷ୍କାସନ ସିଷ୍ଟମ ସର୍ଭେ କାର୍ଯ୍ୟ ସକାଶେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ , ନିର୍ବାହୀ ଅଧିକାରୀ ଶୟାମ ସୁନ୍ଦର ସାହୁ ଉପସ୍ଥିତ ଥିଲେ ।
Home / ପର୍ଯ୍ୟଟନ ଓ ସଂସ୍କୃତି / ପର୍ଯ୍ୟଟନସ୍ଥଳୀ ର ବିକାଶ ଓ ଅତ୍ୟାଧୁନିକ ଡ୍ରେନେଜ ସିଷ୍ଟମ ପାଇଁ ସର୍ଭେ କାର୍ଯ୍ୟ ଶୁଭାରମ୍ଭ