Sunday , January 29 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଜୁନାଗଡ଼ରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନେଇ ଉତ୍ସବ ମୁଖର ସହର

ଜୁନାଗଡ଼ରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନେଇ ଉତ୍ସବ ମୁଖର ସହର

ଜୁନାଗଡ଼, ୦୭/୦୧/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ହେଉଛି କଳାର ହାଣ୍ଡି, କଳା ,ସଂସ୍କୃତି,ପରମ୍ପରା, ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ କଳାହାଣ୍ଡି ଉତ୍ସବ ପାଳନ କରାଯାଉଛି । ଏହି ଉପଲକ୍ଷେ କଳାହାଣ୍ଡି ଜିଲ୍ଲାର ଐତିହାସିକ ସହର ଜୁନାଗଡ଼ ସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ଆଯୋଲ ଆଜି ଠାରୁ ତିନି ଦିନ ଧରି ମାଁ ଲଙ୍କେଶ୍ୱରୀ ମଞ୍ଚରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ କରାଯିବ ଏଥିନେଇ ସମଗ୍ର ଜୁନାଗଡ଼ ସହର ଉତ୍ସବ ମୁଖର ହୋଇପଡିଛି। ପ୍ରଥମ ଦିନ ସକଳେ ତ୍ରିନାଥ ମନ୍ଦିର ଠାରୁ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲ ବାହାରି ଉତ୍ସବ ପଡିଆକୁ ଯିବ । ପରେ ଅତିଥିମାନଙ୍କ ଦ୍ୱାରା ମଞ୍ଚ ଉଦଘାଟନ ହେବ । ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଶିଶୁ ବିଚିତ୍ରା, ମାରାଥନ ଦୌଡ଼, କବିତା ପାଠ ଉତ୍ସବ, ମହିଳା ମାନଙ୍କ ବିଭିନ୍ନ ପ୍ରତିଯୋଗିତା, ଐତିହାସିକ ପୃଷ୍ଠ ଭୁମିରେ ଜୁନାଗଡ଼ ସହର ଆଲୋଚନା ଚକ୍ର, ସେହିଭଳି ପ୍ରଥମ ସନ୍ଧ୍ୟାରେ ସମ୍ବଲପୁରି ରୁକୁ ସୁନା ମେଲୋଡି ସାଂସ୍କୃତିକ କାର୍ୟ୍ୟକ୍ରମ ଓ ଶେଷ ସନ୍ଧ୍ୟାରେ ଅସୀମା ପଣ୍ଡା ଓ ସାଥିଙ୍କ ଦ୍ୱାରା ସଙ୍ଗୀତ ବିଚିତ୍ରା କର୍ୟ୍ୟକ୍ରମ ରହିଛି । ସେହିଭଳି ଲୋକଙ୍କ ମନୋରଂଜନ ପାଇଁ ଉତ୍ସବ ପଡିଆ ଚତୁର ପାର୍ଶ୍ୱରେ ସରକାରୀ ଓ ବେସରକାରୀ ବିଭିନ୍ନ ଷ୍ଟଲ, ଖାଦ୍ୟ ଷ୍ଟଲ, ମିନା ବଜାର ଆସିଥିବା ଜଣାପଡିଛି । ସେହିପରି ସାନ୍ତିଶୃଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published.