କଟକ ସଦର, ୨୫/୧୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ମହାନଗର ନିଗମ ନିର୍ବାଚନର ୮ ମାସ ପରେ ବିଜେଡି ଦଳୀୟ ଟିକେଟରୁ ବଞ୍ଚିତ ହୋଇ ଦଳୀୟ ପ୍ରାର୍ଥୀଙ୍କ ବିରê¡ରେ ନିର୍ବାଚନ ଲଢି ଵିଜୟ ଲାଭ କରିଥିବା ୪ ସ୍ୱାଧୀନ କର୍ପୋରେଟର ବିଜେଡିକୁ ଫେରି ଆସିଥିଵା ଜଣାପଡିଛି। ସେମାନଙ୍କ ପାଇଁ ସ୍ଥାନୀୟ ନେତୃତ୍ୱର ପ୍ରତିବନ୍ଧକ ଥିବା ଚର୍ଚ୍ଚା ହେଉଥିବା ବେଳେ ସେମାନେ ସିଧାସଳଖ ନବୀନ ନିବାସ ଯାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଘର ବାହୁଡ଼ା କରିଛନ୍ତି। ସେମାନେ ହେଲେ ୩ ନମ୍ଵର ୱ।ର୍ଡର ପ୍ରଦୀପ୍ତ ରାଉତ,୫ ନମ୍ଵରର ପ୍ରିୟମ୍ବଦା ସ୍ୱାଇଁ,୯ ନମ୍ବରର ଵିକାଶ ବେହେରା ଓ ୩୧ ନମ୍ଵରର ପଦ୍ମିନୀ ସାହୁ ବୋଲି ଜଣାଯାଇଛି। ଏମାନଙ୍କ ମଧ୍ୟରେ ୩ ଜଣ ବାରବାଟି- କଟକ ନିର୍ବାଚନ ମଣ୍ଡଳୀର ହୋଇଥିବା ବେଳେ ଜଣେ ଚୈ।ଦ୍ୱ।ର-କଟକ ନିର୍ବାଚନ ମଣ୍ଡଳୀର ଅଟନ୍ତି। ତେବେ ଆଉ ଦୁଇ ୨୯ ନମ୍ଵର ୱ।ର୍ଡର ସ୍ୱାଧୀନ କର୍ପୋରେଟର ସୁମିତ୍ରା ଵସ୍ତିଆ ଓ ୪୨ ନମ୍ଵର ୱ।ର୍ଡର ମିନା ସାହୁ ଏହି ମିଶ୍ରଣ ପର୍ଵରେ ସାମିଲ ହେଵେ ବୋଲି ପ୍ରସ୍ତୁତି ସରିଥିବା ଚର୍ଚ୍ଚା ହେଉଥିବା ବେଳେ ଶେଷ ମୁହୁର୍ତ୍ତରେ ବିଜେଡିରେ ନମିଶିଵା ରାଜନୈତିକ ପାଣିପାଗକୁ ଗୋଳିଆ କରିଛି। ଅନ୍ୟପକ୍ଷରେ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ଦଳରୁ ନିଲମ୍ବିତ ହୋଇଥିବା କର୍ପୋରେଟର ମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାନଯାଇ ସିଧାସଳଖ ବିଜେଡିରେ ଗ୍ରହଣ କରାଯିବାକୁ ଗ୍ରହଣୀୟ ହେଉନାହିଁ ବୋଲି ଅଭିଯୋଗ ହେଉଛି।ଏହି ୪ ଜଣ ବିଜେଡ଼ିରେ ମିଶିଵା ପରେ ସିଏମସିରେ ଵିଜେଡିର କର୍ପୋରେଟର ସଂଖ୍ୟା ୪୩ ରେ ପହଞ୍ଚିଛି ।