ସାଲେପୁର,୨୫/୧୨/୨୦୨୨(ଓଡିଶା ସମାଚାର/ ଅଭୟ ଜେନା ) -କଟକ ଜିଲ୍ଲା ଜନାର୍ଦ୍ଦନପୁର ପଞ୍ଚାୟତ ଗୋପୀନାଥପୁର ସ୍ଥିତ ଗଣପତି ଶିଶୁ ଶିକ୍ଷା ମନ୍ଦିର ର ବାର୍ଷିକ ଉତ୍ସବ ଓ ଶିଶୁ ମହୋତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବିଶ୍ୱଭୂଷଣ ନାୟକ, ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ସମିତି ସଭ୍ୟ ରଞ୍ଜନ କୁମାର ବେହେରା, ସାମ୍ବାଦିକ ଅକ୍ଷୟ ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିଶୁ ମହୋତ୍ସବ ର ତାତ୍ପର୍ୟ୍ୟ ଉପରେ ଆଲୋକ ପାତ କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ହେମନ୍ତ କୁମାର ନନ୍ଦ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବ ରେ ସମ୍ପାଦକ ରଶ୍ମି କାନ୍ତ ସ୍ୱାଇଁ ସ୍ୱାଗତ ସୂଚନା ତଥା ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖି ଥିଲେ । ଉପାଧ୍ୟକ୍ଷ ବାବୁଲି ମୁଦୁଲି,ସଂଯୋଜିକା ସସ୍ମିତା ବରାଳ, ବିଦ୍ୟାଳୟ ର ଗୁରୁଜୀ, ଗୁରୁମା ତଥା ସହଯୋଗୀ ମାନେ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ପାଞ୍ଚଦିନ ବ୍ୟାପି ବିଭିନ୍ନ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା କାର୍ୟ୍ୟକ୍ରମ ରେ ଅଭିଭାବକ ଶୁଭେଛୁ ମାନେ ଯୋଗଦେଇଥିଲେ ।