ଭୁବନେଶ୍ୱର, ୨୫/୧୨/୨୦୨୨ (ଓଡ଼ିଶା ସମାଚାର)- ପୂର୍ବତନ ବାଚସ୍ପତି ତଥା ଓଡ଼ିଶାର ସମାଜବାଦୀ ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ସାରଥୀ ଯୁଧିଷ୍ଠିର ଦାସଙ୍କ ଜନ୍ମଶତବାର୍ଷିକୀର ପ୍ରଥମ ତ୍ରୈମାସିକୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜୟ ଓଡ଼ିଶା ଉଇ ଫର ଭୁବନେଶ୍ୱର, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଆନୁକୂଲ୍ୟରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ଆଇ.ଆର.ସି. ଭିଲେଜସ୍ଥିତ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ତାଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ରୁଦ୍ରନାରାୟଣ ସାମନ୍ତରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ଶଙ୍କର ମହାପାତ୍ର, ରୀତା ମହାନ୍ତି, ସରୋଜିନୀ ମିଶ୍ର, ସଂଜୟ କୁମାର ପରିଡ଼ା, ଉଇ ଫର ଭୁବନେଶ୍ୱର ସଭ୍ୟବୃନ୍ଦ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବତନ ପ୍ରଶାସକ ତଥା ଲେଖକ ସ୍ୱଦେଶ ସୁନ୍ଦର ପଟ୍ଟନାୟକ, ଅଧ୍ୟାପକ ଡଃ ରଙ୍ଗାଧର ସାହୁ, ଡଃ ଗୋବିନ୍ଦ ଚନ୍ଦ୍ର ଦାଶ, ଶୁଭଶ୍ରୀ ବେହେରା, ସରୋଜିନୀ ମିଶ୍ର ଓ ସାଧୁଚରଣ ବେହେରାଙ୍କୁ ଯୁଧିଷ୍ଠିର ଦାସ ସ୍କୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା ।