ଲକ୍ଷ୍ମୀପୁର, ୨୫/୧୨/୨୦୨୨ (ଓଡ଼ିଶା ସମାଚାର)- ରୂପ ବଦଳାଇ ଏବେ ପୁଣି କରୋନା ମାଡି ଆସିବାକୁ ନେଇ ଲୋକଙ୍କ ମନରେ ଭୟ ଜାତ ହୋଇଛି। ସେହି ୨୦୨୦/୨୧ର ଘଟଣାକୁ ଲୋକେ ମନେ ପକେଇଛନ୍ତି। ଫଳରେ ଯେଉଁ ମାନେ କରୋନାର ଦୁଇଟି ଟିକା ସହ ଗୋଟିଏ ବୁଷ୍ଟର୍ ଡୋଜ ନେଇଛନ୍ତି ସେମାନେ ସେତେଟା ଭୟଭିତ ଭଳି ଜଣା ପଡୁ ନଥିବା ବେଳେ ଯେଉଁ ମାନେ ବୁଷ୍ଟର୍ ଡୋଜ ନେଇ ନାହାନ୍ତି ସେମାନେ ଏକବାର ଚିନ୍ତାରେ ପଡିଛନ୍ତି।ଏହାର ମୁଖ୍ୟ କାରଣ ହେଲା ବର୍ତମାନ ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଆଉ କରୋନାର ବୁଷ୍ଟର ଡୋଜ ଦିଆଯାଉନି।ସମ୍ପୁର୍ଣ୍ଣ ବନ୍ଦ ଥିବା ଜଣା ପଡିଛି।ପୁଣି ସେଇ ଲକଡାଉନ ଫେରି ଆସିବନି ତ ଭାବି ଲୋକେ ଏବେଠାରୁ ଛାନିଆ ହେଲେଣି।
ବର୍ତମାନ ସୁଧା ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ବ୍ଲକରେ ୫୭୩୫୬ ଜଣ ପ୍ରଥମ ଟିକା,୬୧୬୮୭ ଜଣ ଦ୍ୱପିତିୟ ଟିକା ଓ ବୁଷ୍ଟର ଡୋଜ ୫୦୪୬୯ ନେଇଥିବା ଜଣା ପଡିଛି।ବର୍ତମାନ ସୁଧା ଅନେକ ଲୋକ ବୁଷ୍ଟର ଡୋଜ ନେଇ ନଥିବା ଜଣା ପଡିଥିଲା ବେଳେ ଟିକା ପ୍ରଦାନ ସମୟରେ ସ୍ଥାନୀୟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଅନେକ ସଚେତନତା କାର୍ୟ୍ୟ ଅବଲମ୍ବନ କରାଯାଇଥିଲେ ମଧ୍ୟ କିଛି ଲୋକ ତାକୁ ହେୟଜ୍ଞାନ କରି ଚୁପ ବସିଥିଲେ।ବର୍ତମାନ କରୋନା ରିଟର୍ଣ୍ଣ କୁ ନେଇ ସମସ୍ତିଙ୍କ ଚିନ୍ତା ବଢି ଯାଇଛି ।ଏନେଇ ଆଗକୁ କରୋନା ଭୟଙ୍କର ରୁପ ନେବା ପୁର୍ବରୁ ଏହାର ମୁକାବିଲା କରିବା ନିମନ୍ତେ ସ୍ଵାସ୍ଥ୍ୟ ସଚିବ ନିର୍ଦେଶନାମା ଜାରି କରିଛନ୍ତି।ତେଣୁ ଏଥି ପ୍ରତି ଜିଲ୍ଲା ପ୍ରସାଶନର ଦୃଷ୍ଟି ପଡିବା ନିହାତି ଦରକାର ।