ନିରାକାରପୁର, ୨୫/୧୨/୨୦୨୨ (ଓଡ଼ିଶା ସମାଚାର)-ଆଜି ଅପରାହ୍ନ ରେ ଭୂଷଣ୍ଡପୁର ଓ ବାଲିପାଟପୁର ଏବଂ ଆଖ ପାଖ ଅଞ୍ଚଳର ଚାଷ ଜମିକୁ ଜଳସେଚନ ପାଇଁ ଭୂଷଣ୍ଡପୁର ଗ୍ରାମପଞ୍ଚାୟତ ଠାରେ ଭୂଷଣ୍ଡପୁର ସରପଞ୍ଚ ଶ୍ରୀ ସୌରଭ କୁମାର ଦଶମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୂଷଣ୍ଡପୁର ଓ ବାଲିପାଟପୁର ଗ୍ରାମର ଶତାଧିକ ଚାଷୀ ଓ ବୁଦ୍ଧିଜୀବୀ ଉପସ୍ଥିତ ହୋଇ ଏହାକୁ ସମର୍ଥନ ଦେଇଥିଲେ । ଏଥିରେ ବାଲିପାଟପୁର ସରପଞ୍ଚ ଙ୍କ ପ୍ରତିନିଧି ଭୀମସେନ ବେହେରା ବରିଷ୍ଠ ଆଇନଜୀବୀ ଅନିଲ କୁମାର ପଟନାୟକ, ବେଣୁଧର ବେହେରା, ତ୍ରିନାଥ ସେଠି, ବାଇଧର ମହାରଣା, ରାଜ କିଶୋର ନାୟକ, ରବୀନ୍ଦ୍ର କୁମାର ପରିଡା, ଅଜୟ ମହାରଣା ଙ୍କ ସହିତ ଅନେକ ସ୍ବେଛାସେବୀ ଉପସ୍ଥିତ ଥିଲେ । କାଂକପୁର ଦେଇ ଚିଲିକାରେ ମିଶିଥିବାନଦୀରୁ କିପରି ମଧୁର ପାଣି ଅଣାଯାଇ ଚାଷ ଜମିରେ ମଡ଼ାଜାଈ ସମସ୍ତ ଚାଷ ଜମି ଅଞ୍ଚଳକୁ ଶସ୍ୟ ସାମଳା କରାଯାଇ ପାରିବ ଏହା ଉପରେ ସରପଞ୍ଚ ଶ୍ରୀ ସୌରଭ କୁମାର ଦାସମହାପାତ୍ର ଆଲୋକପାତ କରିଥିଲେ ।
ଏବଂ ଏହାକୁ ନେଇ ଆଲୋଚନା କରାଯାଇଥିଲା । ଶେଷରେ ଏକ କମିଟି ଗଠନ କରାଯାଇ ଏହାକୁ କାର୍ୟ୍ୟକାରୀ କରିବାକୁ ସଭା ସରପଞ୍ଚ ଙ୍କୁ ଦାୟିତ୍ୱ ଦେଇଥିଲା । କମିଟିରେ ସରପଞ୍ଚ ସୌରଭ କୁମାର ଦାସମହାପାତ୍ର, ଭୀମସେନ ବେହେରା, ଅନିଲ କୁମାର ପଟନାୟକ, ବେଣୁଧର ବେହେରା, ରବୀନ୍ଦ୍ର ପରିଡା, ବାଇଧର ମହାରଣା, ଅଜୟ ମହାରଣା, ରାଜ କିଶୋର ନାୟକ, କୃଷକ ସଂଗଠନ ତରଫରୁ ସମ୍ପାଦକ ହରିହର ଦାସ, ବୈକୁଣ୍ଠ ନାଥ ବେହେରା ସଭ୍ୟ ରୂପେ ମନୋନୀତ ହେଲେ ।